ବେଙ୍ଗାଲୁରୁ: ସନ୍ଥ ସାଜିଲେ ମୁସଲିମ ଯୁବକ । କର୍ଣ୍ଣାଟକର ଜଣେ 33 ବର୍ଷୀୟ ଯୁବକ ଗଡକ ନିକଟରେ ଥିବା ମୁରୁଗା ରାଜେନ୍ଦ୍ର ମଠରେ ଧ୍ୟାନ କରୁଥିବା ଦେଖିବାକୁ ମିଳିଛି । କିନ୍ତୁ ମୁସଲିମ ଯୁବକଙ୍କ ଏପରି ବେଶ ଦେଖି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ଯୁବକ ଜଣକ ହେଲେ ଦିୱାନ ସରିଫ ମୁଲ୍ଲା । ସେ କାହାର ପ୍ରରୋଚନାରେ ନୁହେଁ ବରଂ ଭଗବାନ ଆସି ତାଙ୍କୁ ଏକ ମାଳ ଦେବା ପରେ ସେ ଏପରି କରିଥିବା କହିଛନ୍ତି । ଆଗକୁ ସେ ଧର୍ମ ପଥରେ ଆଗକୁ ଯିବେ ବୋଲି ପ୍ରକାଶ କରିଛନ୍ତି ।
ତେବେ ଏହି ଯୁବକଙ୍କୁ ସମର୍ଥନ କରିଛନ୍ତି ମଠର ଶ୍ରୀ ମୁରୁଗା ରାଜେନ୍ଦ୍ର କୋରନେଶ୍ବର ସ୍ବାମୀ । ସେ କହିଛନ୍ତି, ସନ୍ଥ ହେବାରେ କୌଣସି ଜାତି ଧର୍ମର ଆବଶ୍ୟକତା ନାହିଁ । ଯଦି ଭଗବାନ ଦିୱାନ ସରିଫ ମୁଲ୍ଲାଙ୍କୁ ଆର୍ବିଭାବ ହୋଇ ନିର୍ଦ୍ଦେଶ ଦେଇଛନ୍ତି ସେ ନିଶ୍ଚୟ ଏହି ପଥରେ ଆଗକୁ ଯାଇ ପାରିବେ ।
@ANI