ନୂଆଦିଲ୍ଲୀ: ବନ୍ଦ ହୋଇଯାଇପାରେ 26 ବର୍ଷର ପୁରୁଣା ବିମାନ କମ୍ପାନୀ ଜେଟ ଏୟାରୱେଜ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ ଏୟାରୱେଜ ପୁଣି ଉଡିବ ନା ତାଲା ଝୁଲିବ ସେନେଇ ହେବ ନିଷ୍ପତ୍ତି । ଏଥିପାଇଁ ଜେଟ ଏୟାରୱେଜ ପାଇଁ ସୋମବାର ହେବ ନିର୍ଣ୍ଣାୟକ ଦିନ ।
ସୂଚନା ଅନୁସାରେ, କମ୍ପାନୀର ପ୍ରବନ୍ଧକ 1,500 କୋଟି ଟଙ୍କାର ନିବେଶ କରିବା ପାଇଁ ନିବେଦନ କରିବା ଓ ନୂଆ ଯୋଜନା ନେଇ ଋଣକାରୀଙ୍କ ସହ ସୋମବାର ଆଲୋଚନା କରିବେ। ଯଦି ଋଣକାରୀ ଏଥିରେ ବିଳମ୍ବ କରନ୍ତି ତେବେ ଏହାର ଅର୍ଥ ଜେଟର ସମସ୍ତ ବିମାନର ଉଡାଣ ସେବାବନ୍ଦ ହେବ ।
ସୋମବାର ଏସବିଆର ପକ୍ଷରୁ ଘୋଷଣା କରାଯିବ କି, ଜେଟ ଏୟାରୱେଜରେ ଅଂଶିଦାର କିଣିବା ପାଇଁ କେତେ ଜଣ ଇଚ୍ଛୁକ । ଆଉ 30 ଏପ୍ରିଲ ପରେ ନିଲାମି ଡକାଯିବ। ଏହି ସମ୍ପୁର୍ଣ୍ଣ ପ୍ରକ୍ରିୟାରେ କିଛି ମାସ ସମୟ ଲାଗିବ। ତେବେ ଚୁକ୍ତି ଅନୁସାରେ, 1,500 କୋଟି ଟଙ୍କା ତତ୍କାଳ ପୈଠ ନକଲେ ଜେଟ ଏୟାରୱେଜ ସେବା ବନ୍ଦ ହୋଇଯିବାର ଅଧିକାଂଶ ସମ୍ଭାବନା ରହିଛି ।