ETV Bharat / bharat

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରସ୍ତୁତି: ପ୍ରଦେଶ ନେତାଙ୍କ ସହ ସାକ୍ଷାତ କରିବେ ରାହୁଲ

ଆସନ୍ତା ଅକ୍ଟୋବରରେ ହେବ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ଏଥିଲାଗି କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି । ଏଥିପାଇଁ ରାହୁଲ ଗାନ୍ଧୀ ଜୁନ 27ରେ ଦିଲ୍ଲୀରେ କଂଗ୍ରେସ ପ୍ରଦେଶ ନେତାଙ୍କ ସହ ଆଲୋଚନା କରିବାକୁ ଯାଉଛିନ୍ତି ।

ଫାଇଲ ଫଟୋ
author img

By

Published : Jun 25, 2019, 5:30 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରସ୍ତୁତିକୁ ନେଇ ରାଜ୍ୟ ନେତାଙ୍କ ସହ ଆଲୋଚନା କରିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆସନ୍ତା 27 ତାରିଖ ଦିଲ୍ଲୀରେ ହେବ ଏହି ଆଲୋଚନା । ବିଧାନସଭାର ବିପକ୍ଷ ନେତା ବିଜୟ ଭଦେତ୍ତୀୱାର କହିଛନ୍ତି ଯେ କଂଗ୍ରେସ ମହାସଚିବ ମଲିକାର୍ଜୁନ ଖଡ଼ଗେ ରାଜ୍ୟ ନେତାଙ୍କୁ ଉକ୍ତ ବୈଠକ ହେବ ବୋଲି ସୂଚିତ କରାଇଛନ୍ତି ।

ଉକ୍ତ ବୈଠକରେ ଭଦେତ୍ତୀୱାରଙ୍କ ବ୍ୟତୀତ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଶୋକ ଚହ୍ବନ ଏବଂ କଂଗ୍ରେସ ବିଧାୟକ ଦଳର ନେତା ବାଲାସାହେବ ଥୋରାଟ ସାମିଲ ହେବେ । ମହାରାଷ୍ଟ୍ର ବିଧାନସଭାର 288 ଆସନ ପାଇଁ ଚଳିତ ବର୍ଷ ଅକ୍ଟୋବରରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।

ଶାସକ ଦଳ ବିଜେପି-ଶିବସେନା ସମ୍ପ୍ରତିରେ ଲୋକସଭା ନିର୍ବାଚନରେ ରାଜ୍ୟର 48 ଲୋକସଭା ଆସନ ମଧ୍ୟରୁ 41 ଟି ଆସନ ବିଜୟ ହାସଲ କରିଥିଲେ । ସେ ଆସନ୍ତା ବିଧାନସଭା ନିର୍ବାଚନରେ 220 ଆସନରେ ବଜୟ ହାସଲ କରିବେ ବୋଲି ଲକ୍ଷ୍ୟ ରଖିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.