ETV Bharat / bharat

ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ କଲେ ମହିଳା

କୋରୋନା ମହାମାରୀକୁ ନେଇ ଦେଶରେ ଗତ 3 ମାସ ଧରି ଲକଡାଉନ ଲାଗି ରହିଥିଲା । ଏହି ଲକଡାଉନ ସମୟରେ ବହୁ ଅପରାଧ ମାମଲା ଯେପରି ମହିଳାଙ୍କ ପ୍ରତି ଘରୋଇ ହିଂସା, ଚୋରୀ, ଲୁଟ୍ ଏବଂ ଦୁଷ୍କର୍ମ ଭଳି ବିଭିନ୍ନ ବୃଦ୍ଧି ପାଇଥିବା ଜଣାପଡିଛି । ଏହିପରି ଦିଲ୍ଲୀର ଗାଜିଆବାଦରେ ଘରୋଇ ହିଂସା କାରଣରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଲାଇଭ ଭିଡିଓ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ghaziabad
ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ ଜାରି କଲେ ମହିଳା
author img

By

Published : Aug 28, 2020, 1:29 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ନେଇ ଦେଶରେ ଗତ 3 ମାସ ଧରି ଲକଡାଉନ ଲାଗି ରହିଥିଲା । ଏହି ଲକଡାଉନ ସମୟରେ ବହୁ ଅପରାଧ ମାମଲା ଯେପରି ମହିଳାଙ୍କ ପ୍ରତି ଘରୋଇ ହିଂସା, ଚୋରି, ଲୁଟ୍ ଏବଂ ଦୁଷ୍କର୍ମ ଭଳି ବିଭିନ୍ନ ବୃଦ୍ଧି ପାଇଥିବା ଜଣାପଡିଛି । ଏହିପରି ଦିଲ୍ଲୀର ଗାଜିଆବାଦରେ ଘରୋଇ ହିଂସା କାରଣରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ତେବେ ମହିଳା ଜଣଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଏକ ଲାଇଭ ଭିଡିଓ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆତ୍ମହତ୍ୟା ପୂର୍ବରୁ ଲାଇଭ ଭିଡିଓ ଜାରି କଲେ ମହିଳା

ସୂଚନା ଅନୁଯାୟୀ, ଚାନ୍ଦିନୀ ନାମକ ଏହି ମହିଳା ଜଣଙ୍କ ତାଙ୍କ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ କରିଥିଲେ । ଯେଉଁଥିରେ ତାଙ୍କ ଶ୍ବଶୁର ଘର ଲୋକ ତାଙ୍କୁ ହଇରାଣ କରୁଥିବା ସେ କାନ୍ଦି କାନ୍ଦି ଅଭିଯୋଗ କରିଥିଲେ। ଏଥିସହ ତାଙ୍କ ଶାଶୁଘର ଲୋକ ତାଙ୍କୁ ମାଡ ମାରିବା ସହ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେଉଥିବା ମଧ୍ୟ ସେ କହୁଥିବା ଦେଖିବାକୁ ମିଳିଛି ।

କେବଳ ଏତିକି ନୁହେଁ ମହିଳା ଜଣଙ୍କ ଏହା ମଧ୍ୟ କହିଛନ୍ତି ଯେ, ସେ ମରିବାକୁ ଚାହୁଁନାହାଁନ୍ତି । କିନ୍ତୁ ସେ ମରିବାକୁ ବାଧ୍ୟ ହେଉଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତାଙ୍କ ଶ୍ବଶୁର ଘର ଲୋକ ଦାୟୀ ବୋଲି ମହିଳା ଭିଡିଓରେ କହିଛନ୍ତି । ଭିଡିଓ ଆଧାରରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ମହିଳାଙ୍କ ସ୍ବାମୀ ସମେତ ମୋଟ 5 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.