ETV Bharat / bharat

ରାମ ମନ୍ଦିର ନିର୍ମାଣ ନେଇ ଜମି ବିସ୍ତାର କାର୍ଯ୍ୟ ଆରମ୍ଭ - ରାମ ମନ୍ଦିର

ରାମ ଜନ୍ମଭୂମି ପରିସରରେ ଥିବା ପୁରୁଣା ମନ୍ଦିର ଗୁଡିକୁ ଭଙ୍ଗା ଯାଇ ଏହାର ପରିସରକୁ ବୃଦ୍ଧି କରାଯିବ । ଏନେଇ L&Tକୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

ରାମ ମନ୍ଦିର ନିର୍ମାଣ ନେଇ ଜମି ବିସ୍ତାର କାର୍ଯ୍ୟ ଆରମ୍ଭ

author img

By

Published : Aug 23, 2020, 6:53 PM IST

ଲକ୍ଷ୍ନୌ: ରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ ପାଇଁ ଜମି ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ସ୍ଥଳ ନିକଟରେ ଥିବା ଜରାଜୀର୍ଣ୍ଣ ମନ୍ଦିର ଗୁଡିକର କୋଠା ହଟାଇବା ପାଇଁ L&Tକୁ ଦାୟିତ୍ବ ଦିଆଯାଇଛି । ଯେଉଁଥିରେ ପ୍ରଥମେ ରାମ ଜନ୍ମସ୍ଥାନ ଏବଂ ସୀତା ରୋଷେଇ ଘରର ଭଙ୍ଗା କୋଠାକୁ ଭାଙ୍ଗିବାକୁ ନିଷ୍ପତ୍ତି ନିଆଯାଇଛି।

ରାମ ଜନ୍ମଭୂମି ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଧାରିତ ହୋଇଥିବା 67 ଏକର ଜମି ସହିତ ଅନ୍ୟ 13 ଟି ମନ୍ଦିରକୁ ମଧ୍ୟ ଅନୁମତି ଦିଆଯାଇଥିଲା। ଦୀର୍ଘ ଦିନର ଅଧିଗ୍ରହଣ ହେତୁ ସମସ୍ତ ଅଟ୍ଟାଳିକା ନଷ୍ଟ ହେବାକୁ ବସିଲାଣି । ମନ୍ଦିର ନିର୍ମାଣ ପାଇଁ ଆଖପାଖ ଜମିକୁ ଖାଲି କରାଯିବାର ଆବଶ୍ୟକ ଥିଲା, ଖରାପ ଅବସ୍ଥା ହେତୁ ଏହି ସବୁ ମନ୍ଦିର ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହେବ।

ରାମ ଜନ୍ମଭୂମିର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଅନୁଯାୟୀ, ମନ୍ଦିର ନିର୍ମାଣ ପାଇଁ ଅଧିଗ୍ରହଣ ହୋଇଥିବା ପରିସରରେ ଥିବା ଅନେକ ମନ୍ଦିର ଭଙ୍ଗାଯିବ। ପ୍ରଥମ ପର୍ଯ୍ୟାୟରେ ରାମଙ୍କ ଜନ୍ମସ୍ଥାନ, ସୀତାଙ୍କ ରୋଷେଇ, ସାକ୍ଷୀ ଗୋପାଳ ଏବଂ ମାନସ ଭବନର କିଛି ଅଂଶ ଭାଙ୍ଗି ଦିଆଯିବ। ପରେ ଅନ୍ୟାନ୍ୟ ମନ୍ଦିର ଭାଙ୍ଗିବା ସହିତ କ୍ୟାମ୍ପସ ବିସ୍ତାର ହେବ।

1992ରେ ରାମଜନ୍ମ ଭୂମି ପରିସର ଅଧିଗ୍ରହଣ ସମୟରେ 13ଟି ମନ୍ଦିର ଥିଲା । 28 ବର୍ଷରେ ମୁଖ୍ୟତଃ ଅଧିଗ୍ରହଣ ହୋଇଥିବା ମନ୍ଦିରଗୁଡ଼ିକରେ ରାମ ଖଜାନା, ସୀତା ରୋଷେଇ, ସୁମିତ୍ରା ଭବନ, ମାନସ ଭବନ, ଲକ୍ଷ୍ମଣ ମନ୍ଦିର, ଆନନ୍ଦ ଭବନ ଅନ୍ତର୍ଭୁକ୍ତ । ସେଥିମଧ୍ୟରୁ ପୁରୁଣା ମନ୍ଦିରଗୁଡ଼ିକର ପୁନଃ ନିର୍ମାଣ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.