ETV Bharat / bharat

କେରଳ ପ୍ରସ୍ତାବକୁ ତାମିଲନାଡୁ ସରକାରଙ୍କ ନା!

ବର୍ଷା ଅଭାବରୁ ଚେନ୍ନାଇରେ ଅବସ୍ଥିତ ଥିବା ଚାରୋଟି ମୁଖ୍ୟ ଜଳାଶୟ ଶୁଖିଯାଇଛି। ଯାହାଫଳରେ ସେଠାରେ ଗୁରୁତର ଜଳ ସଙ୍କଟର ସାମ୍ନା କରିବାକୁ ପଡୁଛି। ତେଣୁ ଏଭଳି ସମୟରେ କେରଳ ସରକାର ତାମିଲନାଡୁକୁ 20 ଲକ୍ଷ ଲିଟର ପାଣି ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ତାମିଲନାଡୁ ସରକାର ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି।

ଫାଇଲ ଫଟୋ
author img

By

Published : Jun 21, 2019, 2:53 PM IST

ତିରୁଅନନ୍ତପୁରମ୍: ଚେନ୍ନାଇ ସହରକୁ କେରଳ ପକ୍ଷରୁ ଜଳ ଯୋଗାଇ ଦିଆଯିବା ନେଇ ଦିଆ ଯାଇଥିବା ପ୍ରସ୍ତାବକୁ ଖାରଜ କରିଛନ୍ତି ତାମିଲନାଡୁ ସରକାର। ସେଠାରେ ଦେଖାଯାଇଥିବା ଜଳ ସମସ୍ୟାକୁ ଦୃଷ୍ଟିରେ ରଖି କେରଳ ସରକାର ଚେନ୍ନାଇକୁ 20 ଲକ୍ଷ ଲିଟର ପାଣି ପଠାଇବାକୁ ପ୍ରସ୍ତାବ ଦେଇଥିଲେ। ତାମିଲନାଡୁ ସରକାର ଏହି ପ୍ରସ୍ତାବକୁ ଖାରଜ କରିଥିବା ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗତ ଗୁରୁବାର ଜଣାଇଛନ୍ତି ।

ପଡୋଶୀ ରାଜ୍ୟ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବର ଜବାବ ଦେବାକୁ ଯାଇ ତାମିଲନାଡୁ ସରକାର କହିଛନ୍ତି, ବର୍ତ୍ତମାନ ତାମିଲନାଡୁ ପାଖରେ ପର୍ଯ୍ୟାପ୍ତ ପରିମାଣର ଜଲ ଉପଲବ୍ଧ ରହିଛି। ତେଣୁ ଏବେ କେରଳର ଅତିରିକ୍ତ ସହାୟତା ଆବଶ୍ୟକତା କରୁନାହୁଁ ।

ଏପଟେ ତାମିଲନାଡୁ ବିଧାନସଭାର ବିପକ୍ଷ ନେତା ଏମକେ ଷ୍ଟାଲିନ ଟ୍ବିଟ କରି କହିଛନ୍ତି କି, ଶ୍ରୀ ବିଜୟନଙ୍କ ପ୍ରସ୍ତାବକୁ ଅଣଦେଖା କରାଯିବ ନାହିଁ । ମୁଁ କେରଳ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ହୃଦୟର ସହ ଧନ୍ୟବାଦ ଜଣାଉଛି । ଏଭଳି ଜଳସଙ୍କଟ ସମୟରେ କେରଳର ଏହି ସାହାର୍ଯ୍ୟ ଦ୍ବାରା ତାମିଲନାଡୁ ସରକାର କେରଳ ସହ କାମ କରିବାକୁ ଆଗ୍ରହ ଦେଖାଇବା ଆବଶ୍ୟ ବୋଲି କହିଛନ୍ତି ସେ ।

ସେହିପରି ତାମିଲନାଡୁର ସହର ବିକାଶ ମନ୍ତ୍ରୀ ଏସପି ବେଲୁମଣି କହିଛନ୍ତି ରାଜ୍ୟ ସରକାର ଶୁକ୍ରବାର କେରଳର ପ୍ରସ୍ତାବ ସମ୍ପର୍କରେ ନିଷ୍ପତି ନେବେ କି ଏହି ପ୍ରସ୍ତାବକୁ ସ୍ବୀକାର କରାଯିବ କି ନାହିଁ । ତେବେ ଚେନ୍ନାଇକୁ ପ୍ରତିଦିନ 525 ଏମଏଲଡି ପାଣି ଆବଶ୍ୟକ ପଡୁଥୁବା ବେଳେ କେରଳ 2 ଏମଏଲଡି ପାଣି ସାହାର୍ଯ୍ୟ କରିବାକୁ ପ୍ରସ୍ତାବ ରଖିଛି । ତେବେ ଏହି ପ୍ରସ୍ତାବ ନେଇ ଶୁକ୍ରବାର ତାମିଲନାଡୁ ସରକାର ନିଷ୍ପତ୍ତି ନେବେ।

ପ୍ରକାଶ ଥାଉକି, ବର୍ଷା ଅଭାବରୁ ଚେନ୍ନାଇର ଚାରୋଟି ମୁଖ୍ୟ ଜଳାଶୟ ଶୁଖିଯାଇଛି। ଯାହାଫଳରେ ଚେନ୍ନାଇରେ ସହ ଗୁରୁତର ଜଳ ସଙ୍କଟ ଦେଖାଦେଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.