ବେଙ୍ଗାଲୁରୁ: ଆସ୍ଥା ଭୋଟ ପାଇଁ ଭାଷଣ ବେଳେ ‘କଳା ଯାଦୁ’ କଥା ଉଠାଇଲେ କୁମାରସ୍ବାମୀ । ସାଥୀରେ ଲେମ୍ବୁ ଥରି କୁମାରସ୍ବାମୀଙ୍କ ଭାଇ ତଥା ରାଷ୍ଟ୍ରମନ୍ତ୍ରୀ ରେଭେନ୍ନା ମନ୍ଦିର ଯାଇଥିଲେ । ଯାହାକୁ ‘କଳା ଯାଦୁ’ ଭାବରେ ଅଭିହିତ କରିଥିଲା ବିଜେପି । ସରକାର ବଞ୍ଚାଇବା ପାଇଁ ଏପରି ପ୍ରୟାସ କରାଯାଉଥିବା ଦଳ ଅଭିଯୋଗ କରିଥିଲା । ଆଜି ବିଧାନସଭାରେ ଏହା ଉପରେ ଟିପ୍ପଣୀ ରଖିଛନ୍ତି ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ।
ସେ କହିଛନ୍ତି, ବିଜେପି ହିନ୍ଦୁ ସଂସ୍କୃତି ଉପରେ ବିଶ୍ବାସ କରେ । ସାଥୀରେ ଲେମ୍ବୁ ଧରି ଯାତ୍ରା କରିବା ହିନ୍ଦୁ ସଂସ୍କୃତିରେ ରହିଛି । ରେଭେନ୍ନା ମଧ୍ୟ ଲେମ୍ବୁ ଧରି ଏକ ମନ୍ଦିର ଯାଇଥିଲେ । ହେଲେ ବିଜେପି ଏହାକୁ କଳା ଯାଦୁ ଭାବରେ ଅଭିହିତ କରୁଛି । କଳା ଯାଦୁ କ’ଣ ସରକାର ବଞ୍ଚାଇପାରେ କି ବୋଲି ପ୍ରଶ୍ନ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ।