ବେଙ୍ଗାଲୁର: ଦିନକୁ ଦିନ ନାଟକୀୟ ମୋଡ଼ରେ ଗତି କରୁଛି କର୍ଣ୍ଣାଟକ ରାଜନୀତି । ସାରା ଦେଶର ନଜରରେ ଏହି ରାଜ୍ୟ । ଇସ୍ତଫା ଦେଇଥିବା 11 ବିଧାୟକଙ୍କ ଚୂଡ଼ାନ୍ତ ନିଷ୍ପତ୍ତିର ଆଜି ହେବ ନିର୍ଣ୍ଣୟ । ଏପଟେ ମୁମ୍ବାଇର ସୋଫେଟାଇଲ ହୋଟେଲରେ ଥିବା ସମସ୍ତ ବିଦ୍ରୋହୀ ବିଧାୟକ ଗତକାଲି ବିଳମ୍ବିତ ରାତିରେ ଗୋଆରେ ପହଁଚିଛନ୍ତି । କଂଗ୍ରେସ- ଜେଡ଼ିଏସ କଳି ଠାରୁ ଦୂରରେ ଥିବାକଥା ବିଜେପି କହୁଥିବାବେଳେ ଶାସନ ଗାଦି ହାତେଇବାକୁ କିନ୍ତୁ ସମ୍ପୂର୍ଣ୍ଣ ତୟାର ।
ଅନ୍ଯପଟେ ଆଜି ବାଚସ୍ପତି ଗୃହରେ ଉପସ୍ଥିତ ରହିବାକୁ ଥିବାବେଳେ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ପତ୍ର ଗୃହିତ କରିବା ଉପରେ ସମସ୍ତଙ୍କ ନଜର। ସୋମବାର ମିଳିତ ସରକାରରୁ ସବୁ କଂଗ୍ରେସ ମନ୍ତ୍ରୀ ଇସ୍ତଫା ଦେଇ ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରାଇବାକୁ ଜୋରଦାର ଉଦ୍ୟମ ଜାରି ରଖିଛି ଦଳ । ଯଦି 11 ବିଧାୟକଙ୍କ ଇସ୍ତଫା ପତ୍ର ବାଚସ୍ପତି ଅନୁମୋଦନ କରନ୍ତି ତେବେ କୁମାର ସ୍ବାମୀଙ୍କ ସରକାର ସମାପ୍ତ ଘଟିବା ଅବଶାମ୍ଭାବୀ ।