ETV Bharat / bharat

‘ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମଲ୍ଲିକଙ୍କ ମୃତ୍ୟୁ ଖବର ଗୁଜବ, ସମ୍ପୂର୍ଣ୍ଣ ସୁସ୍ଥ’

author img

By

Published : Aug 5, 2019, 12:47 PM IST

ଜମ୍ମୁ -କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌) ନେତା ୟାସିନ୍ ମଲ୍ଲିକ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଫାଇଲ ଫଟୋ

ନୂଆଦିଲ୍ଲୀ: କାଶ୍ମୀର ବିଚ୍ଛିନ୍ନତାବାଦୀ ସଙ୍ଗଠନ ଜମ୍ମୁ -କାଶ୍ମୀର ଲିବରେସନ ଫ୍ରଣ୍ଟ(ଜେକେଏଲ୍‌ଏଫ୍‌) ନେତା ୟାସିନ୍ ମଲ୍ଲିକ ତିହାର ଜେଲ୍‌ରେ ସଜା କାଟୁଛନ୍ତି । ଏପରିସ୍ଥଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟଣା ପରେ ମୃତ୍ୟୁ ହେବାର ଗୁଜବ ପ୍ରକାଶ ପାଇଥିଲା । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ତିହାର ଜେଲ୍ କର୍ତ୍ତୃପକ୍ଷ ରବିବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗତକାଲି କିଛି ପାକିସ୍ତାନୀର କିଛି ମିଡିଆ ଏହି ଖବର ପ୍ରକାଶ କରିଥିଲେ ।

ତିହାର ଡିଜି ସନ୍ଦୀପ ଗୋଏଲ ମଲ୍ଲିକ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ୟାସିନ୍ ମଲ୍ଲିକଙ୍କୁ ଅପ୍ରେଲ ମାସରେ ତିହାର ଜିଲ୍ଲାକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାସହ ଜିଲ୍ଲା ପ୍ରଶାସନ ଏହି ଗୁଜବ ପ୍ରସାରଣ କରିଥିବା ଘଟଣାର ଯାଞ୍ଚ କରାଯିବା କଥା କହିଛନ୍ତି।

ସୂଚନାଯୋଗ୍ୟ, ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକଙ୍କୁ ଏପ୍ରିଲ ୧୦ରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗିରଫ କରିଥିଲେ। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ପୂର୍ବରୁ କେନ୍ଦ୍ର ସରକାର ୟାସିନ ମଲିକର ସଙ୍ଗଠନ ଜେକେଏଲଏଫ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

କାଶ୍ମୀରରେ ସେନାର ସଂଖ୍ୟା ବଢିବା ସହ 144 ଧାରା ଓ ରାଜନୀତି ପାଣିପାଗ ବାରମ୍ବାର ପରିବର୍ତ୍ତନ ପରେ ଏହି ଖବର ନିଆଁ ଭଳି ବ୍ୟାପିବାରେ ଲାଗିଛି। ମାତ୍ର ଜେଲ୍‌ କର୍ତ୍ତୃପକ୍ଷର ସ୍ପଷ୍ଟୀକରଣ ଦେବା ପରେ ସତ ପଦାକୁ ଆସିଛି।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.