ETV Bharat / bharat

ସୋସିଆଲ ମିଡିଆ କଣ୍ଟେଣ୍ଟରେ ନିୟମିତ ନଜର ରଖିବାକୁ ମନୋଜ ସିହ୍ନାଙ୍କ ଆହ୍ବାନ - ଜାମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା

ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଦେଶଦ୍ରୋହୀଙ୍କ ଦ୍ବାରା ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ ସୋସିଆଲ ମିଡିଆ କଣ୍ଟେଣ୍ଟରେ ନିୟମିତ ନଜର ରଖିବାକୁ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ...

ସୋସିଆଲ ମିଡିଆ କଣ୍ଟେଣ୍ଟ ଉପରେ ନିୟମିତ ନଜର ରଖିବାକୁ ମନୋଜ ସିହ୍ନାଙ୍କ ଆହ୍ବାନ

author img

By

Published : Oct 21, 2020, 6:05 PM IST

ଶ୍ରୀନଗର: ସୋସିଆଲ ମିଡିଆ କଣ୍ଟେଣ୍ଟରେ ନଜର ରଖିବାକୁ ଆହ୍ବାନ ଦେଲେ ଜମ୍ମୁ କାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା । ବୁଧବାର ପୋଲିସ ସ୍ମୃତି ଦିବସ ଅବସରରେ ମନୋଜ ସିହ୍ନା ଶତ୍ରୁମାନଙ୍କ ଦ୍ବାରା ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ ସୋସିଆଲ ମିଡିଆ କଣ୍ଟେଣ୍ଟରେ ନିୟମିତ ନଜର ରଖିବାକୁ ଆହ୍ବାନ ଦେଇଛନ୍ତି ।

ଏହି ଅବସରରେ ସେ କହିଛନ୍ତି, ଯୁବପିଢିଙ୍କ ଆଭିମୁଖ୍ୟକୁ ମୁକାବିଲା କରିବା ପାଇଁ ବ୍ୟାପକ ସଂସ୍କାରର ଆବଶ୍ୟକତା ଥିବାରୁ ପୋଲିସ ନିଜର ସମ୍ପ୍ରଦାୟ ସମର୍ଥନ ଆଧାରକୁ ମଜବୁତ କରିବା ଆବଶ୍ୟକ ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, ଶତ୍ରୁଙ୍କ ଦ୍ବାରା ସୋସିଆଲ ମିଡିଆର ଅପବ୍ୟବହାରକୁ ରୋକିବା ପାଇଁ ସୋସିଆଲ ମିଡିଆ କଣ୍ଟେଣ୍ଟରେ ନିୟମିତ ନଜର ରଖିବା ଆବଶ୍ୟକ। ପୋଲିସ ପକ୍ଷରୁ ଆତଙ୍କବାଦୀଙ୍କ କଡା ମୁକାବିଲା ମୁକାବିଲା କରାଯାଉଛି। ଏଣୁ ପ୍ରତ୍ୟେକ ସ୍କୁଲ, ପ୍ରତ୍ୟେକ ଅନୁଷ୍ଠାନ ଏବଂ କାର୍ଯ୍ୟାଳୟ ପୋଲିସର ଭୂମିକା ଜାଣିବା ଉଚିତ୍। ଯଦି ଦେଶ ଶାନ୍ତିରେ ଶୋଉଛି ତାହାର କାରଣ ଲୋକଙ୍କୁ ସୁରକ୍ଷା ଦେବାପାଇଁ ସୁରକ୍ଷାକର୍ମୀ ଜାଗ୍ରତ ରହିଛନ୍ତି ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.