ETV Bharat / bharat

‘ଗଙ୍ଗା ସଫା ବେଳେ ବିଜେପି ବୁଦ୍ଧି ପ୍ରଦୂଷିତ ହୋଇଯାଇଛି’ - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ବିବାଦ

ମହାରାଷ୍ଟ୍ରରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ଫଡନାଭିସ୍‌ କିମ୍ବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଆଶୀର୍ବାଦର କୌଣସି ପ୍ରକାର ଆବଶ୍ୟକତା ଦରକାର ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଉଦ୍ଧବ ଠାକରେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 8, 2019, 8:27 PM IST

ମୁମ୍ବାଇ: ଶୁକ୍ରବାର ମହାରାଷ୍ଟ୍ର ସମସ୍ୟା ସମାଧାନ ପାଇଁ ‘ଶୁଭବାର’ ବୋଲି ପୂର୍ବାନୁମାନ କରାଯାଉଥିଲା । ମାତ୍ର ଶୁକ୍ରବାର ମହାରାଷ୍ଟ୍ର ରାଜନୈତିକ ବାତାବରଣ ଘନଘନ ରୂପ ବଦଳାଉଛି । ଦେବେନ୍ଦ୍ର ଫଡନାଭିସଙ୍କ ଇସ୍ତଫା ଓ ଏହାପରେ ସାମ୍ବାଦିକ ସମ୍ମିଳନୀରେ ଭୟଙ୍କର ଦୋଷ ଶିବସେନା ଉପରେ ଲଦିବା ପରେ ଆରମ୍ଭ ହୋଇଛି ବୟାନବାଜି ।

maharashtra, bjp-shivsena
ଫଟୋ ସୌଜନ୍ୟ: ଏଏନଆଇ

ସେନା ସୁପ୍ରିମୋ ଉଦ୍ଧବ ଠାକରେ ପ୍ରେସ୍‌ କନଫରେନ୍ସରେ ମୁହଁ ଖୋଲିଛନ୍ତି । ମହାରାଷ୍ଟ୍ରରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପାଇଁ ଫଡନାଭିସ୍‌ କିମ୍ବା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଆଶୀର୍ବାଦର କୌଣସି ପ୍ରକାର ଆବଶ୍ୟକତା ଦରକାର ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

maharashtra, bjp-shivsena
ଫଟୋ ସୌଜନ୍ୟ: ଏଏନଆଇ

ଶୁକ୍ରବାର ସମ୍ବାଦିକ ସମ୍ମିଳନୀରେ ଶିବସେନା ଉପରେ ଦେବେନ୍ଦ୍ର ଫଡନାଭିସଙ୍କ ଦୋଷାରୋପ ଉପରେ କଡା ପ୍ରତିକ୍ରିୟା ରଖିଛନ୍ତି ଉଦ୍ଧବ ଠାକରେ । ଫଡନାଭିସଙ୍କ ପ୍ରତି ଆରୋପ ଉପରେ ସ୍ପଷ୍ଟୀକରଣ ଦେବା ସହ ସମାଲୋଚନା କରିଛନ୍ତି ଉଦ୍ଧବ ।

ଏହାସହ ଉଦ୍ଧବ ଆହୁରି କହିଛନ୍ତି ଯେ, ବାଲ ସାହେବଙ୍କୁ ସେ କଥା ଦେଇଥିଲେ ଯେ, ଶିବସେନା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବ । ଏଥିପାଇଁ ଫଡନାଭିସ୍‌ କିମ୍ବା ଅମିତ ଶାହଙ୍କ ଆଶୀର୍ବାଦର କୌଣସି ଆବଶ୍ୟକତା ଦରକାର ନାହିଁ ବୋଲି କହିଛନ୍ତି ।

ଏହା ଆସନ ଭାଗବଣ୍ଟା ପୂର୍ବନିର୍ଦ୍ଧାରିତ ଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ସାମିଲ ରହିଥିଲା । ନିଜ ଭିତରେ ମଧୁର ଆଳାପ କରି ସମସ୍ୟାର ସମାଧାନ କରିବା ପାଇଁ ଶିବସେନା ଇଚ୍ଛୁକ ଥିଲା । ମାତ୍ର ବିଜେପିର ଆଭିମୁଖ୍ୟ ଏଥରେ ବାଧା ଦେଇଥିଲା ଓ ଏହା ଶିବସେନାକୁ ବ୍ୟଥିତ କରିଥିବା କଥା ସେ ସାମ୍ବାଦିକ ସମ୍ମିଳନୀରେ ରଖିଛନ୍ତି । ବିଜେପି ମିଠାକଥା କହି ଶିବସେନାକୁ ସମାପ୍ତ କରିବାକୁ ଚାହୁଁଛି ଉଦ୍ଧବ ଠାକରେ କହିଛନ୍ତି । ବିଜେପି ବାରମ୍ବାର ମିଛ କହୁଥିବା ଆରୋପ ସେ ଲଗାଇଛନ୍ତି ।

ଏହାସହ ଉଦ୍ଧବ ଠାକରେ ବିଜେପିକୁ କଡା କଟାକ୍ଷ କରିଛନ୍ତି । ଗଙ୍ଗା ସଫାକଲାବେଳେ ବିଜେପି ବୁଦ୍ଧି ପ୍ରଦୂଷିତ ହୋଇଯାଇଛି । ଏହାସହ ଏକ ଭୁଲ ଦଳ ସହ ମେଣ୍ଟ କରିବା ପାଇଁ ଶିବସେନା ପସ୍ତଉଛି ବୋଲି ସେ କହିଛନ୍ତି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.