ETV Bharat / bharat

ଚନ୍ଦ୍ରଯାନ-2: ଅବତରଣ ପୂର୍ବରୁ 'ବିକ୍ରମ'କୁ ଶୁଭେଚ୍ଛା ଜଣାଇଲା ଅର୍ବିଟର

ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ କାର୍ଟୁନ ପୋଷ୍ଟ କରିଛି । ଏଥିରେ ଚନ୍ଦ୍ରଯାନ-2ରୁ ଅଲଗା ହେବା ପୂର୍ବରୁ ଅର୍ବିଟର ଏବଂ ଲ୍ୟାଣ୍ଡର ବିକ୍ରମ ମଧ୍ୟରେ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@isro
author img

By

Published : Sep 6, 2019, 7:09 PM IST

ନୂଆଦିଲ୍ଲୀ: 48 ଦିନର ମହାକାଶ ଯାତ୍ରା ପରେ ଆଜି ମଧ୍ୟରାତି 1ଟା30 ସୁଦ୍ଧା ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବ ଚନ୍ଦ୍ରଯାନ-2 । ତେବେ ସଫ୍ଟ ଲ୍ୟାଣ୍ଡିଂ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ କାର୍ଟୁନ ପୋଷ୍ଟ କରିଛି । ଏଥିରେ ଚନ୍ଦ୍ରଯାନ-2ରୁ ଅଲଗା ହେବା ପୂର୍ବରୁ ଅର୍ବିଟର ଏବଂ ଲ୍ୟାଣ୍ଡର ବିକ୍ରମ ମଧ୍ୟରେ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି ।

ତେବେ ଇସ୍ରୋ ପକ୍ଷରୁ 3 ଟି କାର୍ଟୁନ ସେୟାର କରାଯାଇଛି । ପ୍ରଥମ କାର୍ଟୁନରେ ଅର୍ବିଟର ବିକ୍ରମଠାରୁ ଅଲଗା ହୋଇ କହୁଛି, ତୁମ ସହ ମୋ ଯାତ୍ରା ଖୁବ୍‌ ରୋମାଞ୍ଚକର ଥିଲା । ସେହିପରି ଦ୍ବିତୀୟ କାର୍ଟୁନରେ ଅର୍ବିଟର ବିକ୍ରମକୁ କହୁଛି, ଆମେ ଅଲଗା ହେବାର ସମୟ ଆସିଯାଇଛି । ମୁଁ ଅର୍ବିଟରରେ ରହି ତୁମକୁ ଦେଖୁଥିବି । ତୃତୀୟ କାର୍ଟୁନରେ ଅର୍ବିଟର ବିକ୍ରମକୁ ଶୁଭେଚ୍ଛା ଜଣାଇ କହୁଛି, ଆଶା କରୁଛି ତୁମେ ଖୁବ୍‌ ଶୀଘ୍ର ଚନ୍ଦ୍ରର ସାଉଥ ପୋଲରେ ପହଞ୍ଚିବ ।

ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-2 ରୁ ବର୍ତ୍ତମାନ ଅର୍ବିଟର ଅଲଗା ହୋଇଯାଇଛି ଏବଂ ଲ୍ୟାଣ୍ଡର 'ବିକ୍ରମ' ରୋଭର ପ୍ରଜ୍ଞାନକୁ ନେଇ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରୁଛି । ଶୁକ୍ରବାର ରାତି 1 ଟା 30 ରୁ 2 ଟା 30 ମଧ୍ୟରେ ଲ୍ୟାଣ୍ଡର ଚନ୍ଦ୍ରର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରିବ । ଏହାପରେ ଲ୍ୟାଣ୍ଡର 'ବିକ୍ରମ'ରୁ ରୋଭର ବାହାରି ସେଠାରେ ଗବେଷଣା କରିବ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.