କାର୍ୱିଫର୍ଣ୍ଣିଆ: ଇନଷ୍ଟାଗ୍ରାମ ଏକ ନୂଆ ଫିଚର ‘ଗାଇଡ୍’ ଘୋଷଣା କରିଛି । ଯାହା ୟୁଜରମାନଙ୍କୁ ସହଜରେ ସେମାନଙ୍କର ‘ଡିସକଭର ରେକମେଣ୍ଟେସନ’, ଟିପ୍ସ ଏବଂ ଅନ୍ୟ କଣ୍ଟେଣ୍ଟ ଆବିଷ୍କାର କରିବାକୁ ଅନୁମତି ଦେଇଥାଏ ।
ଆମେ ଚାହୁଁଛୁ ଇନଷ୍ଟାଗ୍ରାମ ଏକ ଏପରି ସ୍ଥାନ ନେଇ ଯେଉଁଠାରେ ତୁମେମାନେ ସହଜରେ ଗୁରୁତ୍ବପୂର୍ଣ୍ଣ ଖବର ପାଇପାରିବ ଏବଂ ନିଜ ପ୍ରିୟ ଆକାଉଣ୍ଟରୁ ପ୍ରେରଣା ପାଇପାରିବ। ସେଥିପାଇଁ ଆମେମାନେ ଗାଇଡକୁ ଉପସ୍ଥାପନ କରୁଛୁ । ଯାହା ଦ୍ବାରା ୟୁଜରମାନେ ସହଜରେ ‘ଡିସକଭର ରେକମେଣ୍ଟେସନ’, ଟିପ୍ସ ଏବଂ ଅନ୍ୟ କଣ୍ଟେଣ୍ଟ ଆବିଷ୍କାର କରିପାରିବେ ବୋଲି ଇନଷ୍ଟାଗ୍ରାମ ଏକ ବିବୃତ୍ତିରେ କହିଛି ।
ଏଥିସହ ଏହି ଫିଚର କୋରୋନା ମହାମାରୀକୁ ନେଇ ୱେଲନେସ କଣ୍ଟେଣ୍ଟ ଉପରେ ବିଶେଷ ଧ୍ୟାନ ଦେଉଛି । ଆମେ ଜାଣିଛୁ ବହୁ ଲୋକ କୋରୋନା ମହାମାରୀରେ ସଂଘର୍ଷ କରୁଛନ୍ତି । ସେଥିପାଇଁ ଆମେ ୱେଲନେସ କଣ୍ଟେଣ୍ଟ ଉପରେ ବିଶେଷ ଧ୍ୟାନ ଦେଉଛୁ । ଏଥିସହ ଏଭଳି ସମୟରେ ଆମେ ଏକ୍ସପର୍ଟ ସଂଗଠନ ସହ ଯୋଗଯୋଗ କରି ଉତ୍ସ ଯୋଗାଇବା ପାଇଁ ସକ୍ଷମ ହୋଇଛୁ ବୋଲି ଏହି ବିବୃତ୍ତିରେ କୁହାଯାଇଛି ।
ଗାଇଡ ଫିଚରର ୟୁଜର ପ୍ରୋଫାଇଲରେ ନିଜର ସେକ୍ସନ ରହିଛି । ଯଥା ଆଇଜିଟିଭି । ଯେତେବେଳେ ୟୁଜର ଗାଇଡକୁ ଦେଖିବେ ସେତେବେଳେ ୟୁଜର ପୋଷ୍ଟ ଏବଂ ଭିଡିଓଗୁଡିକ ଦେଖିପାରିବେ ଯାହା କ୍ରିଏଟର କ୍ୟୁରେଟ୍ କରିଥିବ । ଏଥିସହ ସାହାଯ୍ୟକାରୀ ଟିପ୍ସ ଏବଂ ଉପଦେଶକୁ ଯୋଡିଥିବ । ୟୁଜରମାନେ ମଧ୍ୟ ଉପର ଡାହାଣ କୋଣରେ ଥିବା ସେୟାର ବଟନ୍ ଉପରେ ଟ୍ୟାପ୍ କରି ଗାଇଡ୍ ଦ୍ବାରା ସେମାନଙ୍କ କାହାଣୀ ସେୟାର କରିପାରିବେ ।