ନୂଆଦିଲ୍ଲୀ: ଭାରତୀୟ ନୌସେନାର ମିଳିତ ନୌ-ସମରାଭ୍ୟାସ ‘ମିଲନ-2020’ କୁ ବର୍ତ୍ତମାନ ପାଇଁ ସ୍ଥଗିତ କରାଯାଇଛି । ମାର୍ଚ୍ଚ 18ରେ ହେବାର ଥିଲା ଏହି ସମରାଭ୍ୟାସ ।
ଭାରତୀୟ ନୌସେନାର ଜନସମ୍ପର୍କ ଅଧିକାରୀଙ୍କ କହିଛନ୍ତି,‘ ଭାରତୀୟ ସୈନ୍ୟଙ୍କ ଅଭ୍ୟାସକାର୍ଯ୍ୟ ‘ମିଲନ୍-2020’ ମାର୍ଚ 18-28 ଯାଏଁ ଅନୁଷ୍ଠିତ ହେବାର ଥିଲା ମାତ୍ର କୋରୋନା ଭାଇରସରୁ ସମସ୍ତ ପ୍ରତିଯୋଗୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି ’।
‘ମିଲନ୍-2020’ ପାଇଁ ବିଶ୍ବର ପ୍ରାୟ ସମସ୍ତ କ୍ଷେତ୍ରର ନୌସେନା ଏଥିପାଇଁ ଉତ୍ସାହିତ ଥାଆନ୍ତି । ସେମାନେ ମଧ୍ୟ ଏଥିରେ ଭାଗ ନେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ତେଣୁ ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ କରାଯାଉଥିବା କୁହାଯାଇଛି ।
ମିଲନ୍ ପାଇଁ ଗତ ବର୍ଷ ବିଶାଖାପାଟନମର HQENCରେ ମିଡ୍ ପ୍ଲାନିଂ କନଫରେନ୍ସ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ 17ଟି ଦେଶର 29ଜଣ ପ୍ରତିନିଧିମଣ୍ଡଳୀ ଯୋଗ ଦେଇଥିଲେ । ‘ମିଲନ୍’ ଦୁଇ ଦେଶ ମଧ୍ୟରେ ହେଉଥିବା ଏକ ଯୁଦ୍ଧ ଅଭ୍ୟାସ, ଏହା 1995ରୁ ଲଗାତାର ଆୟୋଜିତ ହେଉଛି ।
ANI ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ