ନୂଆଦିଲ୍ଲୀ: ଯବାନଙ୍କ ପାଇଁ ଆସିଲା ମହାସଞ୍ଜିବନୀ । ଭାରତୀୟ ସେନା ହେବ ଆହୁରୀ ଶକ୍ତିଶାଳୀ । ଯବାନଙ୍କ ଜୀବନର ମହତ୍ତ୍ୱକୁ ଦେଖି ଡିଆରଡିଓ ଲ୍ୟାବରେ ପ୍ରସ୍ତୁତ ହେଲା ମହୋଷଧି । ପୁଲୱାମା ଆକ୍ରମଣ ଭଳି ଘଟଣାରେ ଆଉ ଶହୀଦ ହେବେନି ଦେଶର ଯବାନ । ଡିଆରଡିଓ ପକ୍ଷରୁ ପ୍ରସ୍ତୁତ କରାଯାଇଛି ସ୍ୱତନ୍ତ୍ର ଔଷଧ । ଆଉ ଏହାର ନାମ ‘କମ୍ବେଟ କାଜୁଆଲଟି ଡ୍ରଗ୍ସ’ ରଖାଯାଇଛି ।
ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେଶନ (ଡିଆରଡିଓ) ପକ୍ଷରୁ ଏପରି ଏକ ଔଷଧ ତିଆରି କରାଯାଇଛି ଯାହାକୁ ବ୍ୟବହାର କରିବା ପରେ ଆତଙ୍କୀ ଆକ୍ରମଣ ହେଉ କିମ୍ବା ଯୁଦ୍ଧ ଯବାନମାନେ କମ କ୍ଷତାକ୍ତ ହେବେ । ଅର୍ଥାତ ଡ୍ରଗ୍ସକୁ ବ୍ୟବାହର କରିବା ଦ୍ବାରା 90 ପ୍ରତିଶତ କ୍ଷତାକ୍ତ ହୋଇଥିବା ଯବାନଙ୍କ ଜୀବନ ରକ୍ଷା ହୋଇପାରିବ । ତେବେ ଏଭଳି ଆକ୍ରମଣରେ ଗୁରୁତର ଯବାନଙ୍କୁ ମେଡିକାଲ ନେବା ପାଇଁ ବହୁତ ସମୟ ଲାଗିଥାଏ । ଫଳରେ ସେମାନଙ୍କ ଜୀବନ ପ୍ରତି ବିପଦ ଥାଏ । କିନ୍ତୁ ଡିଆରଡିଓ ମେଡିକାଲ ଲ୍ୟାବରେ ତିଆରି ଏହି ଔଷଧକୁ ବ୍ୟବହାର କଲେ ଯବାନଙ୍କ ମୂଲ୍ୟବାନ ସମୟ ବଞ୍ଚିଯିବ ।
ଚିକିତ୍ସା ପାଇଁ ବିଳମ୍ବରେ ପହଞ୍ଚିଲେ ମଧ୍ୟ ଯବାନଙ୍କ ଜୀବନ ପ୍ରତି କମ ବିପଦ ରହିବ । ଡିଆରଡିଓ ବିଭାଗ ବୈଜ୍ଞାନିକଙ୍କ କହିବା କଥା ଯେ ରକ୍ତ ବୋହିବା ସ୍ଥାନକୁ ବନ୍ଦ କରିବା ଏହି ଔଷଧର କାମ । ତେବେ ଏଥିରେ ରକ୍ତସ୍ରାବ ବନ୍ଦ କରିବା, ଡ୍ରେସିଂ ଏବଂ ଗ୍ଲିସେରିନ ସାଲାଇନ ସାମିଲ ରହିଛି । ଏହାକୁ ଫାଷ୍ଟଏଡ୍ ରୂପେ ବ୍ୟବାହର କରାଯିବ । ଫଳରେ ଯବାନମାନେ ବିପଦମୁକ୍ତ ରହିବେ ।