ETV Bharat / bharat

ଚୀନ ସହ ମୁକାବିଲା: ଅନ୍ତରୀକ୍ଷରେ ଯୁଦ୍ଧାଭ୍ୟାସ କରିବ ଭାରତ

ମାର୍ଚ୍ଚରେ ଆଣ୍ଟି-ସ୍ୟାଟିଲାଇଟର ସଫଳ ପରୀକ୍ଷଣ ପରେ ଅନ୍ତରୀକ୍ଷକୁ ସୁଦୃଢ କରିବା ଲକ୍ଷ୍ୟରେ ଭାରତ। ଏନେଇ ଖୁବ ଶୀଘ୍ର ଯୁଦ୍ଧଭ୍ୟାସ କରିବାକୁ ଯୋଜନା କରାଯାଉଛି।

ଫାଇଲ ଫଟୋ
author img

By

Published : Jun 8, 2019, 2:26 PM IST

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ଚୀନକୁ ଟକ୍କର ଦେବା ସହ ରାଷ୍ଟ୍ରୀୟ ସୁରକ୍ଷାକୁ ସୁଦୃଢ କରିବା ନେଇ ଭାରତ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ । ଆଣ୍ଟି-ସ୍ୟାଟେଲାଇଟ(ଏ-ସ୍ୟାଟ) ମିସାଇଲ ସଫଳ ପରୀକ୍ଷଣ ପରେ ଏବେ ଟ୍ରାଇ ସର୍ଭିସ ଡିଫେନ୍ସ ଏଜେନ୍ସି ଆରମ୍ଭ କରିଦେଇଛି ଦେଶ । ଏଥିସହ ଆଗାମୀ ମାସରୁ ସିମୁଲେଟେଡ 'ଅନ୍ତରୀକ୍ଷ ଯୁଦ୍ଧାଭ୍ୟାସ' ନେଇ ଯୋଜନା କରାଯାଉଛି । ଯାହାକୁ 'ଇଣ୍ଡୋସ୍ପେସଏକ୍ସ' ବୋଲି କୁହାଯାଉଛି ।

ଏହି ଅଭ୍ୟାସ ମୂଳ ରୂପରେ 'ଟେବୁଲ-ଟପ ବାର-ଗେମ' ଉପରେ ଆଧାରିତ। ଯେଉଁଥିରେ ସେନା ଓ ବୈଜ୍ଞାନିକ ସମୁଦାୟ ସମସ୍ତ ହିତାଧିକାରୀ ଏଥିରେ ଅଂଶ ଗ୍ରହଣ କରିବେ । ଏହା ସେହି ଗମ୍ଭୀରତାକୁ ସୂଚାଉଛି ଯେଉଁଥିରେ ଭାରତ-ଚୀନ ଭଳି ଦେଶର ମହାକାଶ ସମ୍ପତ୍ତି ଉପରେ ସମ୍ଭାବିତ ଭୟ ସହ ମୁକାବିଲା କରିବାକୁ ପ୍ରସ୍ତୁତ ରହିବ।

ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ମହାକାଶରେ ସୈନ୍ୟକରଣ କରାଯାଉଛି। ପ୍ରତିରକ୍ଷାମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଜୁଲାଇ ମାସର ଶେଷ ସପ୍ତାହରେ ଆୟୋଜିତ ହେଉଥିବା ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଭାରତ ଦ୍ବାରା ସୁରକ୍ଷା ସୁନିଶ୍ଚିତ କରିବା ଓ ଆବଶ୍ୟକ ଅନ୍ତରୀକ୍ଷିୟ ଓ କାଉଣ୍ଟର-ସ୍ପେସରେ କ୍ଷମତାକୁ ଆକଳନ କରିବ । ଆଉ ଏହା ଦ୍ବାରା ରାଷ୍ଟ୍ରୀୟ ସୁରକ୍ଷାର ମଧ୍ୟ ଆକଳନ କରିହେବ ।

ଅନ୍ୟ ଏକ ବରିଷ୍ଠ ଅଧିକାରୀ କୁହନ୍ତି, ଭାରତର ମହାକାଶ ଅଭିଯାନରେ ବିରୋଧୀଙ୍କ ନଜର ରହିଛି । ଏଥିସହ ସଞ୍ଚାର, ମିସାଇଲ, ଚେତାବନୀ ଓ ସଠିକ ଟାର୍ଗେଟର ଆବଶ୍ୟକତା ରହିଛି । ଯଦ୍ବାରା ଅମାପ ସଶସ୍ତ ବଳର ବିଶ୍ବସନୀୟତା ବୃଦ୍ଧି ହେବା ସହ ରାଷ୍ଟ୍ରୀୟ ସୁରକ୍ଷା ବୃଦ୍ଧି ପାଇବ ।

||ବରଗଡ ||
ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ୩୬ କେଜି ଗଞ୍ଜେଇ ସହିତ ସଂପୃକ୍ତ ୩ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।  ପଦ୍ମପୁର ନିକଟସ୍ଥ ଜମଳା ଗ୍ରାମରେ ପୋଲିସ ପକ୍ଷରୁ ଚାଲିଥିବା ତଦନ୍ତ ଅଭିଯାନ ସମୟରେ ଏକ ମାରୁତି ଇକୋ ଭେଁନ ନମ୍ବର OD 03 D 2191 ରେ ଦୁଇ ବ୍ୟାଗ ଗଞ୍ଜେଇ , ଏକ ହିରୋ HF-deluxe ବାଇକ ନମ୍ବର OD17 L 5190 ରୁ ଏକ ବ୍ୟାଗ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଆଉ ଏକ ବଜାଜ ସିଟି 100 ବାଇକ ନମ୍ବର OD 17 L 5713 ସହିତ ଗଞ୍ଜେଇ ଚାଲାଣ ଘଟଣାରେ ସମ୍ପୃକ୍ତ  ତିନିଜଣଙ୍କୁ  ପୋଲିସ ଗିରଫ କରିବାରେ ସଫଳ ହୋଇଛି | ଗଞ୍ଜେଇ ଚାଲାଣ କରି ଗିରଫ ହୋଇଥିବା ତିନି ଜଣ ଆସାମୀ ବରଗଡ , ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାର ହୋଇଥିବା ବେଳେ ସେମାନେ ଦୀର୍ଘ ଦିନରୁ ଏପରି ବିଭିନ୍ନ ସ୍ଥାନକୁ  ଗଞ୍ଜେଇ ଚୋରା ଚାଲାଣ କରିଆସୁଥିବା ସ୍ଵୀକାର କରିଛନ୍ତି |  ବୌଦ୍ଧ ଜିଲ୍ଲାରୁ ବରଗଡ ଜିଲ୍ଲାର ବୁଡେନ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଅପରାଧୀ ମାନେ ଧରାପଡିଥିଲେ | ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମର ସୁରେଶ ସେଠି , ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଟୁକୁରା ପାଳି ଗ୍ରାମର ପ୍ରେମଲାଲ ସାହୁ ଏବଂ ବରଗଡ ଜିଲ୍ଲାର ବୁଡେନ ଥାନା ଅନ୍ତର୍ଗତ ବାନ୍ଦୁପାଳି ଗ୍ରାମର ନିଧୀଶ୍ଵର ମେହେରଙ୍କୁ  ପଦ୍ମପୁର ପୋଲିସ SI ଏସ.ଆର ପାତ୍ର ଗିରଫ କରି କୋର୍ଟକୁ  ଚାଲାଣ କରିଛନ୍ତି | ତେବେ ପଦ୍ମପୁର ଅଞ୍ଚଳରେ ବହୁ ଦିନରୁ ଗଞ୍ଜେଇ ବ୍ୟାପାର ଚାଲୁଥିବା ବେଳେ ବହୁ କଷ୍ଟରେ ପଦ୍ମପୁର ପୋଲିସ ର ଏକ ଟିମ ଏହି ରେକେଟ କୁ ଧରିବାରେ ସଫଳ ହୋଇଛି | ପୋଲିସ S.I ପି ଓଝା , S.I  ପି. ଡୁଙ୍ଗଡୁଙ୍ଗ , ASI  ପାଇକରାୟ ଙ୍କ ସହ ଦୁଇଜଣ କନଷ୍ଟବଳ ଓ ଜଣେ ହୋମଗାର୍ଡ ଙ୍କର ମିଳିତ ଟିମ ଏହି ଗେଞ୍ଜେଇ ରେକେଟ କୁ କାବୁକରିଥିଲେ | 
 ଭିଡିଓ FTP ରେ ଯାଇଛି |
 slug - odbgh_policeraid_7203682
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.