ନୂଆଦିଲ୍ଲୀ: କୋରୋନା ଚିକିତ୍ସା ଉପରେ ଭାରତୀୟ ଟୀକାକୁ ନେଇ ଆସିଛି ଏକ ଭଲ ଖବର । ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭ୍ୟାକସିନର ଦ୍ବିତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । କମ୍ପାନୀ ଦାବି କରିଛି ଯେ ପଶୁମାନଙ୍କ ଉପରେ କୋଭାକ୍ସିନର ପରୀକ୍ଷା ସଫଳ ହୋଇଛି । କମ୍ପାନୀ ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, ଚାରିଟି ମାଙ୍କଡ ଉପରେ ଏହି ଟୀକା ପରୀକ୍ଷା କରାଯାଇଥିଲା। ଏହି ଅବଧିରେ, SARS-CoV-2 ଟିକାର ଦୁଇ ଡୋଜ ଦିଆଯାଇଥିଲା ।
ଗୋଟିଏ ଗୋଷ୍ଠୀକୁ ପ୍ଲେସେବୋ ସହିତ ପରିଚାଳନା କରାଯାଉଥିବାବେଳେ ବାକି ତିନି ଗୋଷ୍ଠୀକୁ 14 ଦିନରେ 3 ଟି ଭିନ୍ନ ଭିନ୍ନ ଟୀକା ଦିଆଯାଇଥିଲା । 14 ଦିନ ପରେ ସେମାନଙ୍କ ଟୀକାର ଦ୍ୱିତୀୟ ଡୋଜ ଦିଆଗଲା । ଫଳାଫଳ ଦେଖିବା ପରେ ଜଣାପଡିଲା ଯେ, ଟୀକା ଦିଆଯାଇଥିବା ମାଙ୍କଡ ମାନଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢିଛି। ଅର୍ଥାତ୍ ଲ୍ୟାବ ବ୍ୟତୀତ ଜୀବିତ ଶରୀରରେ ଏହି ଟୀକା ଫ୍ରଳପ୍ରଦ ହୋଇଛି। ଟୀକା ଦିଆଯାଇଥିବା ଗୋଷ୍ଠୀର ହିଷ୍ଟୋପାଥୋଲୋଜିକାଲ୍ ପରୀକ୍ଷଣରେ ନିମୋନିଆର କୌଣସି ପ୍ରମାଣ ଦେଖାଗଲା ନାହିଁ। ମୋଟ ଉପରେ, ଏହି ଟୀକା ଭୂତାଣୁକୁ ମୁକାବିଲା କରିବାରେ ପ୍ରଭାବଶାଳୀ ବୋଲି ଜଣାପଡିଛି।
ଆଇସିଏମଆର ଅନୁଯାୟୀ, ଭାରତରେ 3 କୋରୋନା ଟୀକା ଉପରେ ପରୀକ୍ଷଣ ଚାଲିଛି । ସେରମ୍ ଇନଷ୍ଟିଚ୍ୟୁଟ୍ ଟିକାର ଦ୍ୱିତୀୟ ପର୍ଯ୍ୟାୟ (ବି) ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ଏଥି ସହିତ ଭାରତ ବାୟୋଟେକ୍ ଟୀକାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ ଏବଂ ଜେଡସ୍ କ୍ୟାଡିଲାଙ୍କ ଟିକା ଦ୍ୱିତୀୟ ପର୍ଯ୍ୟାୟରେ 50 ଜଣଙ୍କ ଉପରେ ପରୀକ୍ଷା ଶେଷ କରିଛି। ତେବେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଣେ, ଭାରତରେ ଅକ୍ସଫୋର୍ଡର କୋରୋନା ଟୀକା ପରୀକ୍ଷା ବନ୍ଦ କରିଦେଇଛି। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆର ଆଗାମୀ ନିର୍ଦ୍ଦେଶ ପରେ ପୁଣିଥରେ ପରୀକ୍ଷା ଆରମ୍ଭ ହେବ। ତେବେ ସେରମ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ଟିକା ଟ୍ରାଏଲକୁ ସ୍ଥଗତି ରହିଥିବା ଅନ୍ୟ ଭାକସିନର ଟ୍ରାଏଲ ଜାରି ରହିଛି।