ETV Bharat / bharat

ଲକ୍ ଡାଉନରେ ଲୋକଙ୍କୁ ମଦ ବାଣ୍ଟୁଛନ୍ତି ଯୁବକ

ଦେଶବ୍ୟାପୀ ଲକ୍ ଡାଉନ୍ ଚାଲିଥିବା ବେଳେ ଜଣେ ହାଇଦ୍ରାବାଦ ବାସିନ୍ଦା ରବିବାର ସକାଳେ ସହରରେ ଲୋକଙ୍କୁ ମଦ ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

Hyderabad man distributes alcohol pegs
ଲକ୍ ଡାଉନରେ ଲୋକଙ୍କୁ ମଦ ବାଣ୍ଟୁଛନ୍ତି ଯୁବକ
author img

By

Published : Apr 13, 2020, 4:00 PM IST

ହାଇଦ୍ରାବାଦ: ଦେଶବ୍ୟାପୀ ଲକ୍ ଡାଉନ୍ ଚାଲିଥିବା ବେଳେ ଜଣେ ହାଇଦ୍ରାବାଦ ବାସିନ୍ଦା ରବିବାର ସକାଳେ ସହରରେ ଲୋକଙ୍କୁ ମଦ ବାଣ୍ଟୁଥିବାର ଦେଖିବାକୁ ମିଳିଛି ।

ଉକ୍ତ ବ୍ୟକ୍ତି ଜଣକ ଏକ ନ୍ୟୁଜ୍ ଏଜେନ୍ସି ସହ କଥାବାର୍ତ୍ତା କରି କହିଛନ୍ତି ଯେ, ‘ମୁଁ ମୋର କାମ ସରିବା ପରେ ହାଇଦ୍ରାବାଦର ପୁରୁଣା ସହରରେ ଥିବା ମୋ ବାସଭବନକୁ ଫେରୁଥିଲି, ଯେତେବେଳେ ଚମ୍ପାପେଟ ଅଞ୍ଚଳରେ ମୁଁ ଦେଖିଲି ଯେ ଜଣେ ମହିଳା ମଦ୍ୟପାନ ହେତୁ ହନ୍ତସନ୍ତ ହେଉଛନ୍ତି। ପରେ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା’।

ସେ ଆହୁରି ମଧ୍ୟ କହିଛନ୍ତି, ‘ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଅତ୍ୟଧିକ ନିଶା ସେବନ କରନ୍ତି। ମୋ ଘରେ ଏକ ଆଲକୋହଲ ବୋତଲ ଥିଲା। ତେଣୁ ମୁଁ ଏପରି ଲୋକଙ୍କୁ ମଦ ବାଣ୍ଟିବା ପାଇଁ ଚିନ୍ତା କଲି ’।

ତାଙ୍କ ଉଦ୍ଦେଶ୍ୟ ସରକାରୀ ନିୟମ ଉଲ୍ଲଂଘନ କରିବା ନୁହେଁ ବରଂ ଲୋକଙ୍କୁ ସାହାଯ୍ୟ କରିବା ବୋଲି ସେ ଦାବି କରିଛନ୍ତି। ପ୍ରକାଶଥାଉକି, ତେଲେଙ୍ଗାନା ସରକାର ଏପ୍ରିଲ 30 ପର୍ଯ୍ୟନ୍ତ ଲକ୍ ଡାଉନ୍ ବଢାଇ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.