ଚଣ୍ଡିଗଡ଼: ହରିୟାଣା ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲା କହିଛନ୍ତି ଯେ, ସରକାର ସେହି ପ୍ରବାସୀ ଶ୍ରମିକ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ଯେଉଁମାନେ ପଞ୍ଜୀକୃତ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିଲେ । ଆଉ ଏବେ ଲକଡାଉନ କାରଣରୁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।ଲକଡାଉନ ସମୟରେ ହରିୟାଣା, ପଞ୍ଜାବ ଏବଂ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ଘରକୁ ଫେରିଛନ୍ତି।
ଜନନାୟକ ଜନତା ପାର୍ଟି ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସରକାର କାମ ପାଇଁ ନିଜ ରାଜ୍ୟରୁ ଫେରିବାକୁ ଚାହୁଁଥିବା ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ ସରକାର ଯାତ୍ରା ଭଡା ହିସାବରେ 1500 ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପଞ୍ଚକୁଲାରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ହରିୟାଣା ସରକାରଙ୍କ ପକ୍ଷରୁ ଆସନ୍ତା 2 ମାସ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଚୌଟାଲା ଏହା ମଧ୍ୟ କହିଛନ୍ତି ଯେ, ଆବଶ୍ୟକ ହେଲେ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ହରିୟାଣା ସରକାର ସରକାରୀ ବସ ମଧ୍ୟ ଯୋଗାଇବ।
ଚୌଟାଲାଙ୍କ ଅନୁଯାୟୀ, ଗତ କିଛି ସପ୍ତାହ ମଧ୍ୟରେ ରାଜ୍ୟ ସରକାର 3 ଲକ୍ଷରୁ ଅଧିକ ଶ୍ରମିକଙ୍କୁ 154 କୋଟି ଟଙ୍କା ପ୍ରଦାନ କରିଥିଲେ, ଯାହା ଅଧୀନରେ ସେମାନଙ୍କୁ ପ୍ରତି ସପ୍ତାହରେ 1 ହଜାର ଟଙ୍କା ଯୋଗାଇ ଦିଆଯାଉଥିଲା।