ଗାନ୍ଧୀନଗର: ଯୁବକଙ୍କ ପାଇଁ ଖୁସି ଖବର । 10 ହଜାରୁ ଅଧିକ ଯୋଗ୍ୟବିବେଚିତାଙ୍କୁ ମିଳିବ ପୋଲିସ ଚାକିରି । ଏପରି ଘୋଷଣା କରିଛନ୍ତି ଗୁଜୁରାଟ ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା । ପୋଲିସ ପ୍ରଶିକ୍ଷଣ ସ୍କୁଲରେ ଯବାନଙ୍କ ପାସିଙ୍ଗ ଆଉଟ ପ୍ୟାରେଡରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏନେଇ ମଞ୍ଜୁରୀ ଦେଇଥିବା ଜଣାପଡିଛି ।
ଜାଡେଜା କହିଛନ୍ତି ଯେ ଗତ ଦଶବର୍ଷ ଭିତରେ 50 ହଜାର ପୋଲିସ କର୍ମୀଙ୍କୁ ଭର୍ତ୍ତି କରାଯାଇଛି । ହେଲେ ପୋଲିସ ବିଭାଗରେ ଆହୁରୀ କର୍ମଚାରୀ ଆବଶ୍ୟକ । ଏନେଇ ମୁଖ୍ୟମନ୍ତ୍ରୀ 10 ହଜାରୁ ଅଧିକ ପୋଲିସ କର୍ମଚାରୀଙ୍କୁ ଭର୍ତ୍ତି ପାଇଁ ନିଜର ସହମତି ଜଣାଇଛନ୍ତି ।