ଗାନ୍ଧୀନଗର: ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଦ୍ବାରା କୋରୋନା ଜିନୋମ୍ ଆବିଷ୍କାର କରିଯାଇଛି । ପ୍ରାଣୀ, ମଣିଷ ଏବଂ ଉଦ୍ଭିଦ ପରି ଜୀବମାନଙ୍କର ପ୍ରକୃତି, ଆଚରଣ ଏବଂ ଗଠନ ସେମାନଙ୍କର DNA ଦ୍ବାରା ନିର୍ଣ୍ଣୟ କରାଯାଏ । ଏହାର RNA ଏସିଡ୍ ଦ୍ବାରା ଭାଇରସ ଗଠନ ନେଇ ଚିହ୍ନଟ ହୋଇପାରିବ ।
ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସର ଚୈତନ୍ୟ ଯୋଶୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମାର୍ଚ୍ଚ 11 ରେ କୋରୋନା ଭାଇରସକୁ ମହାମାରୀ ରୂପେ ଘୋଷଣା କରିଛି ଏବଂ ଚୀନର ଉହାନ ସହରରୁ ସର୍ବାଧିକ ସଂଖ୍ୟକ କୋରୋନୋ ଭାଇରସ ପଜିଟିଭ ମାମଲା ସାମ୍ନାକୁ ଆସିଛି ।
ପରବର୍ତ୍ତୀ ସମୟରେ, କୋରୋନା ଭାଇରସ ପାଇଁ ଟିକା ଏବଂ ଔଷଧ ଚୀନରେ ଏବଂ 396 ଟି ଅନ୍ୟ ଲାବୋରେଟୋରୀରେ ପରୀକ୍ଷା କରାଯାଇଥିଲା। ସେମାନଙ୍କର ଫଳାଫଳ ଦର୍ଶାଇଥିଲା ଯେ, ଏକ ସମୟ ମଧ୍ୟରେ କୋରୋନା ଭାଇରସ ମଧ୍ୟରେ 6 ପ୍ରକାର ପରିବର୍ତ୍ତନ ହୋଇଥାଏ ।
ଏପର୍ଯ୍ୟନ୍ତ ଭାରତର ଅନ୍ୟ କୌଣସି ଲାବ୍ରୋଟୋରୀ ଏଭଳି ବିଶ୍ଳେଷଣ କରିବାରେ ସଫଳ ହୋଇପାରି ନାହିଁ। କୋରୋନା ଭାଇରସ ବ୍ୟକ୍ତିଙ୍କ ଠାରୁ ଅତି ଶୀଘ୍ର ବ୍ୟାପିଥାଏ । ଏହି ଅନୁସନ୍ଧାନ କୋରୋନୋ ଭାଇରସ କିପରି ମାନବ ଶରୀରରେ ପ୍ରବେଶ କରେ, ଫୁସଫୁସ ଏବଂ ଶରୀରର ଅନ୍ୟ ଅଙ୍ଗ ଉପରେ ଆକ୍ରମଣ କରେ ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରିବ ।
କୋରୋନା ଭାଇରସର ଜିନୋମ ଆବିଷ୍କାର ବ୍ୟତୀତ ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ମଧ୍ୟ କୋରୋନା ଭାଇରସରେ ତିନି ପ୍ରକାରର ପରିବର୍ତ୍ତନ ବିଷୟରେ ଲକ୍ଷ୍ୟ କରିଛନ୍ତି। ଏହ ଏକ ଗୁରୁତ୍ବପୂର୍ଣ୍ଣ ସଫଳତା। ଏହି ଆବିଷ୍କାର ଗୁଡିକ କୋରୋନୋ ଭାଇରସ ରୋଗ ପାଇଁ ଏକ ଟିକା କିମ୍ବା ଔଷଧ ବିକଶିତ କରିବାରେ ଉପଯୋଗୀ ହୋଇପାରେ ।