ହାଇଦ୍ରାବାଦ: ତେଲେଙ୍ଗାନାରେ ସରକାରୀ କର୍ମଚାରୀଙ୍କୁ ଚଳିତ ମାସର ସମ୍ପୂର୍ଣ୍ଣ ଦରମା ମିଳିବ । ଏନେଇ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି । ସେହିପରି ପେନସନଧାରୀଙ୍କୁ ମଧ୍ୟ ସମୂର୍ଣ୍ଣ ଭତ୍ତା ମିଳିବ ବୋଲି ସେ କହିଛନ୍ତି ।
ମଙ୍ଗଳବାର ଟ୍ବିଟରେ ଏହା ସମ୍ପର୍କରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ଏଥିରେ କୁହାଯାଇଛି ଯେ ସରକାରୀ କର୍ମଚାରୀ ଦରମା ଏବଂ ପେନସନଧାରୀଙ୍କ ଭତ୍ତା ଜୁନ୍ ମାସରେ ପୁରା ପ୍ରଦାନ କରାଯିବ । ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ପରିସ୍ଥିତି ଖରାପ ଥିବାରୁ ସେମାନଙ୍କ ଦରମାର ଅଧା କଟାଯାଇଥିଲା ।
ହେଲେ ବର୍ତ୍ତମାନ ରାଜ୍ୟରେ ଆର୍ଥିକ ସ୍ଥିତିରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ଏବେ ରାଜ୍ୟ ସରକାର ଲକଡାଉନ ଯୋଗୁଁ ଘଟିଥିବା କ୍ଷତିରେ ସାମାନ୍ୟ ଭରଣା କରିପାରିଛନ୍ତି । ସେଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଥିବା ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି ।