ଜୟପୁର: ଲୋକସଭା ନିର୍ବାଚନ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହୋଲତଙ୍କୁ ଏକ୍ସନ ମୁଡ୍ରେ ଦେଖିବାକୁ ମିଳିଛି । ସେ ରାଜ୍ୟରେ ଇ ସିଗାରେଟ ଉପରେ ପ୍ରତିବନ୍ଧ ଲଗାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଗହଲୋତ ରାଜ୍ୟରେ ଇ ସିଗାରେଟର ଉତ୍ପାଦନ, ବିତରଣ ଓ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ଯୁବକଙ୍କ ମଧ୍ୟରେ ନିଶାଗତ ଅଭ୍ୟାସକୁ ରୋକିବା ପାଇଁ ବିଶ୍ବ ତମ୍ବାଖୁ ଦିବସରେ ଏହି ନିୟମ ଲାଗୁ କରିବା ନେଇ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।