ETV Bharat / bharat

ସାଇକେଲରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟପ୍ରଦେଶରୁ ପଶ୍ଚିମବଙ୍ଗ ଯାତ୍ରା

ସାଇକେଲରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟପ୍ରଦେଶରୁ ପଶ୍ଚିମବଙ୍ଗ ଯାତ୍ରା । ଲକ ଡାଉନ ଯୋଗୁଁ ଯାତ୍ରା କରିବାର କୌଣସି ବାଟ ନପାଇ ଏମାନେ ସାଇକେଲକୁ ବନାଇଥିଲେ ସାହାରା । ଅଧିକ ପଢନ୍ତୁ...

gang of migrant travel madhyapradesh to westbengal by cycle
ସାଇକେଲରେ ପ୍ରବାସୀ ଶ୍ରମିକଙ୍କ ମଧ୍ୟପ୍ରଦେଶରୁ ପଶ୍ଚିମବଙ୍ଗ ଯାତ୍ରା
author img

By

Published : Apr 25, 2020, 7:05 PM IST

ଭୋପାଳ: ଦେଶରେ କାୟା ବିସ୍ତାର କରିଥିବା ମହମାରୀ କୋରୋନାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଲକ ଡାଉନ ଯେପରି ତାଙ୍କ ପେଟକୁ ମାରିଛି ଲାତ । ସେମାନେ ହରାଇଛନ୍ତି ରୋଜଗାର ପନ୍ଥା । ରହିବାକୁ ନାହିଁ ବାସ । ତେଣୁ ଯିଏ ଯେମିତି କରି ନିଜ ନିଜ ଘରକୁ ଫେରିବା ନେଇ କରୁଛନ୍ତି ଅହରହ ପ୍ରୟାସ । ତେଣୁ ମଧ୍ୟପ୍ରଦେଶ ରେୱାରୁ 17 ଜଣ ପ୍ରବାସୀ ଶ୍ରମିକ ସାଇଲେକରେ ଆରମ୍ଭ କରିଛନ୍ତି ଯାତ୍ରା ।

ଏହି ଶ୍ରମିକ ଦଳ ସାଇକେଲରେ ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ନିଜ ଘରକୁ ଯାଉଛନ୍ତି। ଜଣେ ପ୍ରବାସୀ ଶ୍ରମିକ କୁହନ୍ତି, "ଆମେ ଗତକାଲି ସକାଳରୁ ଯାତ୍ରା ଆରମ୍ଭ କରିଥିଲୁ । ଆସନ୍ତା 6-7 ଦିନରେ ଆମ ଘରେ ପହଞ୍ଚିବା ଆଶା କରୁଛୁ।"

ରେୱାରୁ ଦୁର୍ଗାପୁର ପର୍ଯ୍ୟନ୍ତ ପ୍ରାୟ 720 କିଲୋମିଟର ବାଟ । ଗତକାଲିରୁ ସେମାନେ ଯାତ୍ରା ଆରମ୍ଭ କରିଛନ୍ତି । ରାସ୍ତାରେ ବିଶ୍ରାମ କରି କରି ସେମାନେ ଘରେ ସୁରକ୍ଷିତ ଭାବେ ପହଞ୍ଚିବା ନେଇ ଆଶା ରଖିଛନ୍ତି ।

@ANI

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.