ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଡି ତିୱାରୀଙ୍କ ପୁଅ ରୋହିତ ଶେଖର ତିୱାରୀଙ୍କ ମୃତ୍ଯୁ ଘଟିଛି । ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ଦକ୍ଷିଣ ଦିଲ୍ଲୀ ଡିସିପି ବିଜୟ କୁମାର ଏନେଇ ସୂଚନା ଦେଇଛନ୍ତି ।
-
DCP South Delhi Vijay Kumar: Rohit Shekhar Tiwari, son of late former Uttar Pradesh and Uttarakhand CM N D Tiwari, has been brought dead to Max Saket hospital.Further details are awaited. pic.twitter.com/PedZ53NECz
— ANI (@ANI) April 16, 2019 " class="align-text-top noRightClick twitterSection" data="
">DCP South Delhi Vijay Kumar: Rohit Shekhar Tiwari, son of late former Uttar Pradesh and Uttarakhand CM N D Tiwari, has been brought dead to Max Saket hospital.Further details are awaited. pic.twitter.com/PedZ53NECz
— ANI (@ANI) April 16, 2019DCP South Delhi Vijay Kumar: Rohit Shekhar Tiwari, son of late former Uttar Pradesh and Uttarakhand CM N D Tiwari, has been brought dead to Max Saket hospital.Further details are awaited. pic.twitter.com/PedZ53NECz
— ANI (@ANI) April 16, 2019
ସୂଚନା ମୁତାବକ, ରୋହିତ ଦିଲ୍ଲୀର ଡିଫେନ୍ସ କଲୋନିରେ ରହୁଥିଲେ । ମଙ୍ଗଳବାର ତାଙ୍କ ନାକରୁ ହଠାତ୍ ରକ୍ତସ୍ରାବ ହୋଇଥିଲା ଏବଂ ସେ ଅଚେତ ହୋଇ ଯାଇଥିଲେ । ଅଚେତ ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଗତବର୍ଷ ମେ’ ରେ ସେ ବିବାହ କରିଥିଲେ ।
ସୂଚନା ଯୋଗ୍ୟ, 2008ରେ ରୋହିତ ଶେଖର ଏନଡି ତିୱାରୀଙ୍କ ପୁଅ ହୋଇଥିବା ନେଇ କୋର୍ଟର ଆଶ୍ରୟ ନେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ଡିଏନଏ ଟେଷ୍ଟ କରାଯାଇଥିଲା । ଆଉ ଏହି ରିପୋର୍ଟରେ ସେ ତିୱାରୀଙ୍କ ପୁଅ ହୋଇଥିବା ପ୍ରମାଣିତ ହୋଇଥିଲା ।