ନୂଆଦିଲ୍ଲୀ: ତ୍ରିରଙ୍ଗାରେ ସଜେଇ ହେଲା ସ୍ବିସ ଅଳପ୍ସ ମ୍ୟାଟରହର୍ଣ୍ଣ ପର୍ବତ । ଲେଜର ଲାଇଟ ସାହାଯ୍ୟରେ ଭାରତକୁ ଜଣାଇଲା ସମ୍ମାନ । ବିପର୍ଯ୍ୟୟ ସମୟରେ ଭାରତର ସହଯୋଗ ପାଇ ଏଭଳି ସମ୍ମାନ ଜଣାଇଛି ସ୍ବିଜରଲାଣ୍ଡ । ସ୍ବିଜରଲାଣ୍ଡ ସ୍ଥିତ ଭାରତୀୟ ଦୂତବାସ ଏନେଇ ଟ୍ବିଟ କରି ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ତ୍ରିରଙ୍ଗାରେ ଢାଙ୍କି ହୋଇଥିବା ପର୍ବତର ଟ୍ବିଟକୁ ରି-ଟ୍ବିଟ କରି କହିଥନ୍ତି କୋଭିଡ-19 ବିରୋଧରେ ଏକଜୁଟ ହୋଇ ଲଢିବାକୁ ଆହ୍ବାନ କରିଛନ୍ତି । ଫଳରେ ମହାମାରୀ ନୁହେଁ ମାନବିକତାର ବିଜୟ ହେବ ।
ମହାମାରୀ କୋରୋନା ବିପର୍ଯ୍ୟୟରେ ଭାରତର ସହଯୋଗ ଓ ସହାୟତାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହ ଅନେକ ଦେଶ ଭାରତର ପ୍ରଶଂସା କରୁଛନ୍ତି । ଯେଉଁଥିରେ ଏବେ ସ୍ବିଜରଲାଣ୍ଡ ମଧ୍ୟ ସାମିଲ ହୋଇଛି । ସୂଚନାଯୋଗ୍ୟ, ସ୍ବିଜରଲାଣ୍ଡର ଲାଇଟ ଆର୍ଟିସ ଗୌରୀ 14,690 ଫୁଟ ପର୍ବତକୁ ତ୍ରିରଙ୍ଗାରେ ସଜେଇଛନ୍ତି । ଭାରତ ପକ୍ଷରୁ ବିଭିନ୍ନ ରାଷ୍ଚ୍ରକୁ କୋରୋନା ପାଇ ସଞ୍ଜୀବନି ସାଜିଥିବା ହାଇଡ୍ରୋକ୍ସି-କ୍ଲୋରକୁଇନ ପଠାଯାଉଛି ।