ETV Bharat / bharat

ବ୍ରେକ ବଦଳରେ ମାଡିଦେଲେ ଏକ୍ସିଲେଟର, ଆଉ ତା’ପରେ...

ଗାଡିର ବ୍ରେକ ବଦଳରେ ଏକ୍ସିଲେଟର ଉପରେ ପଡିଗଲା ଗୋଡ । ଆଉ ତା’ପରେ ଗାଡି ଯାଇ ସିଧାସଳଖ ନଦୀ ଭିତରେ । ଏପରି ଏକ ଘଟଣା ଘଟିଛି ଆମେରିକାର ନ୍ୟୁ ଜର୍ସିରେ।

break
author img

By

Published : Jul 19, 2019, 8:24 PM IST

ୱାଶିଂଟନ: ଗାଡିର ବ୍ରେକ ବଦଳରେ ଏକ୍ସିଲେଟର ଉପରେ ପଡିଗଲା ଗୋଡ । ଆଉ ତା’ପରେ ଗାଡି ଯାଇ ସିଧାସଳଖ ନଦୀ ଭିତରେ । ଏପରି ଏକ ଘଟଣା ଘଟିଛି ଆମେରିକାର ନ୍ୟୁ ଜର୍ସିରେ ।

ଘଟଣାଟି ମଙ୍ଗଳବାର ଅପରାହ୍ନର । ନିକଟରେ ଥିବା ସିସିଟିଭିରେ ଏହି ସମଗ୍ର ଘଟଣାଟି କଏଦ ହୋଇଥିଲା । ଜଣେ 64 ବର୍ଷିୟା ମହିଳା ଗାଡି ଚଲାଇ ଯାଉଥିବାବେଳେ ଏହି ଘଟଣା ଘଟିଥିଲା । ଭୁଲବଶତଃ ସେ ଗାଡିର ବ୍ରେକ ବଦଳରେ ଏକ୍ସିଲେଟର ଉପରେ ପାଦ ପକାଇ ଦେଇଥିଲେ । ସୌଭାଗ୍ୟବଶତଃ ଗାଡିର ଗତି ଧୀର ଥିଲା । ତେବେ ଏକ୍ସିଲେଟର ମାଡିଦେବାରୁ ଗାଡିଟି ନିୟନ୍ତ୍ରଣ ବାହାରକୁ ଚାଲଯାଇଥିଲା । ଆଉ ସିଧା ଯାଇ ପାଖରେ ଥିବା ନଦୀ ଭିତରେ ବୁଡିଯାଇଥିଲା ।

ତେବେ ଏହି ଘଟଣାରେ ମହିଳା ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କ ସହ ଗାଡିରେ ତାଙ୍କ ଝିଅ ମଧ୍ୟ ଥିଲା । ହେଲେ ଆଶ୍ଚର୍ଯ୍ୟର କଥା ତାଙ୍କୁ କୌଣସି ଆଘାତ ହୋଇନାହିଁ । ପାଖରେ ଥିବା ଲୋକେ ଉଭୟଙ୍କୁ ନଦୀରୁ ଉଦ୍ଧାର କରିଥିଲେ । ପାଣି ଭିତରେ କାରଟି ବୁଡିନଯାଇ ଭାସୁଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା । ପରେ ଅଗ୍ନିଶମ ବିଭାଗ ଆସି କାରଟିକୁ ପାଣିରୁ ବାହାର କରିଥିଲା । ତେବେ ଗାଡିଟି ସିଧାସଳଖ ଯାଇ ନଦୀରେ ବୁଡିବାର ଦୃଶ୍ୟ ଭାଇରାଲ ହୋଇଛି ।

Intro:ANCHOR : ଭଦ୍ରକ ପୌରାଞ୍ଚଳର ଲୋକ ମାନଙ୍କୁ ଧୋକା। ବିପର୍ଯ୍ୟସ୍ଥ ସ୍ୱାସ୍ଥ ସେବା। ଏନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ଫଳ ଶୂନ। ଦୀର୍ଘଦିନ ଧରି ଚିକିତ୍ସାଳୟରେ ତାଲା । ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ଏହି ସ୍ଥାନ। ହେଲେ ବିଭାଗୀୟ ଅଧିକାରୀ ଙ୍କ ପାଖରେ କୌଣସି ଖବର ନାହିଁ।

Body:Vo_1 : ଭଦ୍ରକ ପୌରାଞ୍ଚଳର ସୀମାବର୍ତ୍ତୀ ଅଞ୍ଚଳ ବରାଳ ପୋଖରୀ। ଏହି ଠାରେ ଥିବା ହନୁମାନ ହାଟ ଅଞ୍ଚଳରେ ପୌରାଞ୍ଚଳ ଅଧିବାସୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ନିର୍ମାଣ କରାଯାଇଥିଲା ପୌରପାଳିକା ଚିକିତ୍ସାଳୟ। ହେଲେ ଦୀର୍ଘ ଦିନ ଧରି ଏଠାରେ ତାଲା ଝୁଲୁଛି। ପୌରାଞ୍ଚଳର 1 ନମ୍ବର, 2 ନମ୍ବର, 3 ନମ୍ବର ୱାର୍ଡ ସହ ଚରମ୍ପା ପଞ୍ଚାୟତ, ଆମ୍ବରୋଳି ପଞ୍ଚାୟତ, ତଳାଙ୍ଗ ପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳର 10000 ରୁ ଉର୍ଦ୍ଧ ଲୋକ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଥିଲେ। 1994 ମସିହା ସ୍ୱାୟତ୍ତତ ଶାସନ ଦିବସରେ ଏଠାରେ ନବନିର୍ମିତ ଗୃହର ଉଦଘାଟନ କରାଯାଇଥିଲା। ପରେ 2017 ମସିହାରେ ଏହି ପୌରପାଳିକା ଚିକିତ୍ସାଳୟ କୁ ନବୀକରଣ ମଧ୍ଯ କରାଯାଇଥିଲା। ସୂଚନା ଅନୁଯାୟୀ ଏନେଇ ପୌରପାଳିକା ପକ୍ଷରୁ 10 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରାଯାଇଥିଲା। ମାତ୍ର ଅଳ୍ପ କିଛି ଦିନ ଏହା କାର୍ଯ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ଅଞ୍ଚଳବାସୀ। ହେଲେ ଅଦ୍ୟାବଧି ଦୀର୍ଘ ଦିନ ଧରି ଏହା ସମ୍ପୂର୍ଣ୍ଣ ଭାବେ କୋମା ଅବସ୍ଥାରେ। ଏଠାକୁ କୌଣସି ଡାକ୍ତର ଆସୁନଥିବାରୁ ଏଠାରେ ଥିବା ସମସ୍ତ ମୂଲ୍ୟବାନ ଆସବାବ ପତ୍ର ସବୁ ନଷ୍ଟ ହୋଇ ଖତ ଖାଉଛି। ଏହାକୁ ମଧ୍ୟ ସ୍ଵୀକାର କରିଛନ୍ତି ପୌରପାଳିକା କର୍ମଚାରୀ। ଦୟନୀୟ ଅବସ୍ଥାରେ ଥିବା ଏହି ପୌରପାଳିକା ଚିକିତ୍ସାଳୟ ବର୍ତ୍ତମାନ ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ବୋଲି ଅଭିଯୋଗ ହୋଇଛି।
Bite_1 : ସୁରେଶ ଦାସ_ପୌରପାଳିକା କର୍ମଚାରୀ
Bite_2 : ସୁରେଶ ବୈଠାରୁ_ପୌରାଞ୍ଚଳ ଅଧିବାସୀ

Vo_2 : ପରିତ୍ୟକ୍ତ ହୋଇ ତାଲା ପଡିଥିବା ଏହି ଚିକିତ୍ସାଳୟ ରେ ପୌରପାଳିକା ପକ୍ଷରୁ ପ୍ରତ୍ୟେକ ମାସରେ ଥରେ ଦୁଇ ଥର ଖୋଲା ହୋଇ କେବଳ ଭତ୍ତା ବଣ୍ଟନ କରାଯାଉଛି। ସ୍ୱାସ୍ଥ୍ୟ ସେବା ପରି ଏକ ସର୍ବନିମ୍ନ ମୌଳିକ ସେବା ଯୋଗାଇ ଦେବା ନେଇ ସ୍ରୁଷ୍ଟି ହୋଇଥିବା ଅଚଳାବସ୍ଥା ନେଇ ଆମେ ଭଦ୍ରକ ତହସିଲ ତଥା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ଡାକ୍ତର ଅସୁସ୍ଥ ହେବା କାରଣରୁ ଏହି ଚିକିତ୍ସାଳୟ ଦୀର୍ଘଦିନ ଧରି ତାଲା ପଡିଛି ଏବଂ ସିଡିଏମଓ ଙ୍କୁ ଏନେଇ ଚିଠି ଲେଖୁଛୁ ପରି ଦାୟିତ୍ବ ହୀନ ମନ୍ତବ୍ୟ ଦେଇଥିଲେ ସେ। ଏଥିସହ ଏହିସ୍ଥାନ ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ବୋଲି ତାଙ୍କ ପାଖରେ ଖବର ନାହିଁ ବୋଲି କହିବା ସହ ଏନେଇ ତଦନ୍ତ କରି ତୁରନ୍ତ ଉଚିତ୍ ପଦକ୍ଷେପ ନେବେ ବୋଲି ସଫେଇ ଦେଇଛନ୍ତି।
Bite_3 : ବାସନ୍ତୀ ନାୟକ_ଭତ୍ତା ଉପଭୋକ୍ତା
Bite_4 : ପ୍ରଦୀପ ସାହୁ_ତହସିଲଦାର ତଥା ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ
PTC ଯାଇଛି

Conclusion:FVO : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଭଦ୍ରକ ପୌରାଞ୍ଚଳର ପୌରପାଳିକା ଚିକିତ୍ସାଳୟ ରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା କେବେ ଦୂର ହେବ ସେ ନେଇ ଉଠିଛି ପ୍ରଶ୍ନ ?
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.