ETV Bharat / bharat

ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ - ଦେବେନ୍ଦ୍ର ଫଡନାଭିସ୍‌ ବିଜେପି ବିଧାୟକ ଦଳ ନେତା

ବୁଧବାର ମହାରାଷ୍ଟ୍ର ବିଧାନସଭା ଭବନରେ ବିଜେପିର ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 30, 2019, 6:15 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ହାଇଭୋଲଟେଜ ଡ୍ରାମା ଜାରି ରହିଛି । ଏପରି ସମୟରେ ବୁଧବାର ବିଜେପିର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ବୁଧବାର ରାଜ୍ୟ ବିଧାନସଭା ଭବନରେ ବିଜେପିର ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ଏହି ବୈଠକରେ ଫଡନାଭିସ୍‌ଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ମହାରାଷ୍ଟ୍ର ରାଜ୍ୟ ବିଜେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ ଓ ବରିଷ୍ଠ ନେତା ସୁଧୀର ମୁନଙ୍ଗଟିଓ୍ଵାର ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ ନିମନ୍ତେ ପ୍ରସ୍ତାବ ରଖିଥିଲେ। ଏହାପରେ ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଥିଲା।

ବିଧାୟକ ଦଳର ନେତା ଭାବେ ଚୟନ ହେବା ପରେ ଫଡନାଭିସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଫଡନାଭିସ୍ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ବିଜେପି ବିଧାୟକ ଦଳର ନେତା ଭାବେ ଚୟନ ହେବା ପରେ ଦେବେନ୍ଦ୍ର ଫଡ଼ନାଭିସ ନିଜ ମତ ରଖିଛନ୍ତି । ଏହି ବିଶାଳ ଜନାଦେଶ ନିଶ୍ଚିତ ରୂପରେ ମହାମେଣ୍ଟକୁ ମିଳିଛି । କାରଣ ଉଭୟେ ଏଥିପାଇଁ ଭୋଟ ଭିକ୍ଷା କରିଥିଲେ । ଆଉ ଏଥିପାଇଁ ଜନତାଙ୍କ ଭୋଟ ମେଣ୍ଟ ସପକ୍ଷରେ ଯାଇଥିଲା । ଏହା ନିଃସନ୍ଦେହରେ ରାଜ୍ୟରେ ମେଣ୍ଟ ହିଁ ସରକାର ଗଠନ କରିବ ।

devendra fadnavis elected as the leader of maharashtra bjp legislative party
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଲୋକସଭା ନିର୍ବାଚନ ପୂର୍ବରୁ ଦୁଇ ଦଳ ମଧ୍ୟରେ ୫୦-୫୦ ଫର୍ମୁଲାକୁ ନେଇ ସହମତି ଦିଆଯାଇଥିଲା । ଉଭୟ ଦଳ ପାଖରେ ଅଢେଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ପଦ ରହିବା ନେଇ ନିଷ୍ପତ୍ତି ହୋଇଥିଲା । ଏହାର ପୁରୁଣା ଭିଡିଓ କ୍ଲିପ ଶିବସେନା ଜାରି କରିଥିଲା । ଯେଉଁଥିରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ଫଡ଼ାନଭୀସ୍‌ଙ୍କ ଉପସ୍ଥିତିରେ 50-50 ଫର୍ମୁଲାକୁ ସହମତି ଦିଆଯାଇଥିଲା ।

ଚଳିତ ବିଧାନସଭା ନିର୍ବାଚନ ଫଳାଫଳ ପରେ ମହାରାଷ୍ଟ୍ରରେ ମହାସଂଗ୍ରାମ ଦେଖିବାକୁ ମିଳିଛି । ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ୧୦୫ ଆସନ ଜିତିଛି । ଶିବସେନା ୫୬ଟି ଆସନରେ ବିଜୟୀ ହୋଇଥିଲା।ଏହାସହ ବିରୋଧୀ କଂଗ୍ରେସକୁ 44 ଓ ତାର ସହଯୋଗୀ ଏନସିପିକୁ 54 ଟି ଆସନରେ ବିଜୟ ମିଳିଛି। ଏବେ ଶିବସେନା ପ୍ରମୁଖ ନିଜ ପୁତ୍ର ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ କଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.