ନୂଆଦିଲ୍ଲୀ: ଆଦିବାସୀ ଭାଷା ହୋ, ମୁଣ୍ଡାରୀ ଓ ଭୂମିଜକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଆଣିବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ସାନ୍ତାଳୀ ଭାଷା ପରେ ଏହି ତିନୋଟି ଭାଷାର ବ୍ୟବହାର ଅଧିକ ଥିବାରୁ ଏହାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ଆଣି ସରକାରୀ ଭାବେ ସ୍ବୀକୃତୀ ଦେବାକୁ ସେ ଦାବି କରିଛନ୍ତି।
ଏହି ଭାଷାକୁ ମାନ୍ୟତା ଦେବା ଲାଗି ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ମଙ୍ଗଳବାର ସେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଓଡିଶା ଓ ଝାଡଖଣ୍ଡର ପ୍ରାୟ 10 ଲକ୍ଷ ଆଦିବାସୀ ଲୋକ ହୋ ଭାଷାରେ କଥାବାର୍ତ୍ତା କରନ୍ତି । ସେହିଭଳି ମୁଣ୍ଡାରି ଭାଷାରେ 6 ଲକ୍ଷ ଓ ଭୂମିଜ ଭାଷାରେ ପ୍ରାୟ 3 ଲକ୍ଷ ଲୋକ କଥାବାର୍ତ୍ତା ହେଉଥିବାରୁ ଏହି ତିନି ଭାଷାକୁ ଭାରତର ସମ୍ବିଧାନ ସ୍ବୀକୃତପ୍ରାପ୍ତ ଭାଷାର ମାନ୍ୟତା ଦେବାକୁ ସେ କହିଛନ୍ତି। ବର୍ତ୍ତମାନ ସୁଦ୍ଧା 22ଟି ଭାଷା ସମ୍ବିଧାନର ଅଷ୍ଟମ ସୂଚୀରେ ରହିଛି।