ETV Bharat / bharat

ଦିଲ୍ଲୀ ହିଂସା: ଘର ପୋଡି ଯାଇଥିବା ପରିବାରକୁ 25 ହଜାର ନଗଦ ଅର୍ଥରାଶି

ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ପ୍ରଭାବିତ ବାସହରା ଲୋକଙ୍କୁ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଏହି ଦଙ୍ଗା ଓ ହିଂସା ଘଟଣାରେ ଘରପୋଡି ଯାଇଥିବା ଲୋକଙ୍କୁ ଦିଲ୍ଲୀ ସରକାର 25ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବେ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : Feb 28, 2020, 11:16 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ପ୍ରଭାବିତ ବାସହରା ଲୋକଙ୍କୁ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଏହି ଦଙ୍ଗା ଓ ହିଂସା ଘଟଣାରେ ଘରପୋଡି ଯାଇଥିବା ଲୋକଙ୍କୁ ଦିଲ୍ଲୀ ସରକାର 25ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବେ । ଆସନ୍ତାକାଲିଠାରୁ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସିଏମ କହିଛନ୍ତ ଯେ, ସହାୟତା ରାଶି ପ୍ରଦାନ ପାଇଁ 4 ଟି ବିଭାଗରେ 18 ଜଣ ଏସଡିଏମ ନିଯୁକ୍ତ କରାଯାଇଛନ୍ତି । ସମସ୍ତେ ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ଓ ଅସୁବିଧା କଥା ବୁଝିବାସହ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ । ସେହିପରି ରାତ୍ରୀ ସମୟରେ 4ଜଣ ଏସଡିଏମ ଏହି କାମରେ ନିଯୁକ୍ତ ରହିବେ ।

ଯେଉଁମାନେ ନିଜ ଘରଠାରୁ ଦୂରରେ ରହିଛନ୍ତି ସେମାନଙ୍କ ପାଇଁ ଆଶ୍ରୟସ୍ଥଳୀରେ ରହିବା ପାଇଁ ବନ୍ଦୋବସ୍ତ କରାଯିବ । ଏହାସହ ଯେଉଁମାନଙ୍କର ଘର ସମ୍ପୂର୍ଣ୍ଣ ଜଳି ଯାଇଛି ଓ ଜିନିଷପତ୍ର ମଧ୍ୟ ପୋଡି ଯାଇଛି ସେମାନଙ୍କୁ ସରକାର ଶନିବାର ଠାରୁ 25ହଜାର ଲେଖାଏ ସହାୟତା ରାଶି ପ୍ରଦାନ କରିବେ । ଏଥିପାଇଁ କେବଳ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ଫର୍ମ ପୂରଣ କରିବାକୁ ପଡିବ ।ଏହାସହ ହିଂସା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ବ୍ୟକ୍ତି ଉତ୍ତର ପୂର୍ବ ଦିଲ୍ଲୀର ଜିଲ୍ଲା ମାଜିଷ୍ଟ୍ରେଟ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଯଦି ଅନେକ ଗୁରୁତର ରୋଗୀ ସରକାରୀ ଡାକ୍ତରଖାନାରେ ଅଧିକ ସାହାଯ୍ୟ ପାଇପାରୁ ନାହାଁନ୍ତି, ତେବେ ସରକାର ଘରୋଇ ଡାକ୍ତରଖାନାରେ ମଧ୍ୟ ସେମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ ।

ଗୁରୁବାର ସିଏମ କେଜ୍ରିୱାଲ ସାମ୍ବାଦିକ ସମ୍ମିଳନୀରେ ହିଂସା ପୀଡିତ ମୃତକଙ୍କ ପରିବାରର ପ୍ରତ୍ୟେକଙ୍କୁ 10 ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବ ବୋଲି ଘୋଷଣା କରିଥିଲେ । ସେହିପର ଗୁରୁତର ଆହତଙ୍କୁ 2ଲକ୍ଷ ଟଙ୍କାର ଓ ସାମାନ୍ୟ ଆହତଙ୍କୁ 20 ହଜାର ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଏଥିସହ ହିଂସାକାଣ୍ଡରେ ଯେଉଁ ବ୍ୟକ୍ତିଙ୍କ ଘର ଜଳିଯାଇଛି ସେମାନଙ୍କୁ 5 ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଉତ୍ତରପୂର୍ବ ଦିଲ୍ଲୀରେ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡରେ ଏପର୍ଯ୍ୟନ୍ତ 42 ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ରାଜଧାନୀ ଦିଲ୍ଲୀରେ ସିଏଏ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହିଂସାକାଣ୍ଡରେ 200ରୁ ଉର୍ଦ୍ଧ୍ବ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.