ଭୋପାଳ: ମହାମାରୀ କୋରୋନାରେ ପୀଡିତ ମହିଳା । କିନ୍ତୁ ଅନେକ ଯନ୍ତ୍ରଣା ପରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ସେ । ମଧ୍ୟପ୍ରଦେଶ ଇନ୍ଦୋରର ଏମଟିଏଚ ହସ୍ପିଟାଲରେ ଯାଆଁଳା ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହି ମହିଳା ।
ହସ୍ପିଟାଲରେ ଭର୍ତ୍ତି ପରେ ତାଙ୍କର କୋରୋନା ଚିକିତ୍ସା ହୋଇଥିଲା । ଏହି ସମୟରେ ସେ ଦୁଇ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାର ଦାୟିତ୍ୱରେ ଥିବା ଡ. ସୁମିତ ଶୁକ୍ଲା କହିଛନ୍ତି ଯେ ମା ଏବଂ ଯାଆଁଳା ଶିଶୁ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ଏହା ଡେଲିଭେରି ନର୍ମାଲ ହୋଇଥିଲା ବୋଲି ସେ କହିଛନ୍ତି ।
@ANI