ETV Bharat / bharat

ନଭେମ୍ବର 9ରେ ଅର୍ଣ୍ଣବଙ୍କ ନ୍ୟାୟିକ ରିମାଣ୍ଡର ଶୁଣାଣି

author img

By

Published : Nov 7, 2020, 8:59 PM IST

ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ନ୍ୟାୟିକ ରିମାଣ୍ଡର ମାଜିଷ୍ଟ୍ରେଟଙ୍କ ଆଦେଶକୁ ସିଜନ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ଆବେଦନର ଶୁଣାଣି ନଭେମ୍ବର 9ରେ କରାଯିବ । ଅଧିକ ପଢନ୍ତୁ...

ଅର୍ଣ୍ଣବଙ୍କ ନ୍ୟାୟିକ ରିମାଣ୍ଡର ଶୁଣାଣି
ଅର୍ଣ୍ଣବଙ୍କ ନ୍ୟାୟିକ ରିମାଣ୍ଡର ଶୁଣାଣି

ମୁମ୍ବାଇ: ରିପବ୍ଲିକ୍ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ନ୍ୟାୟିକ ରିମାଣ୍ଡର ମାଜିଷ୍ଟ୍ରେଟଙ୍କ ଆଦେଶକୁ ସିଜନ୍ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଏହି ଆବେଦନର ଶୁଣାଣି ନଭେମ୍ବର 9ରେ କରାଯିବ । 2018 ଏକ ଆତ୍ମହତ୍ୟା ମାମଲାରେ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରାଯାଇଛି ।

ବମ୍ବେ ହାଇକୋର୍ଟରେ ଅର୍ଣ୍ଣବ ଗୋସ୍ବାମୀ ଓ ଏହି ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ଫିରୋଜ୍ ଶେଖ ଓ ନିତେଶ ସାରଦ, ବେଆଇନ ଗିରଫକୁ ଚ୍ୟାଲେଞ୍ଜ କରିଛନ୍ତି । ବର୍ତ୍ତମାନ ବମ୍ବେ ହାଇକୋର୍ଟରେ ଏହାର ଶୁଣାଣି ହେବ । ଅନ୍ୟପକ୍ଷେ ପୋଲିସ ଏହାର ଆବେଦନରେ କହିଛି ଯେ, ନିମ୍ନ ଅଦାଲତର ଆଦେଶକୁ ସିଜନ୍ କୋର୍ଟ ଖାରଜ କରି ତିନି ଅଭିଯୁକ୍ତଙ୍କୁ ହେପାଜତରେ ପଠାଇଥିଲା ।

ଗୋସ୍ବୀମୀଙ୍କୁ ବୁଧବାର ସକାଳେ ମୁମ୍ବାଇର ଲୋଏର ପାରେଲ ବାସଭବନରୁ 53 ବର୍ଷିୟ ଇଣ୍ଟେରିୟର ଡିଜାଇନର୍ ଅନଭୈ ନାଏକଙ୍କ ଆତ୍ମହତ୍ୟା ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କୁ ଅଲିବାଗ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଏବଂ ପରେ ମୁଖ୍ୟ ବିଚାରପତି ମାଜିଷ୍ଟ୍ରେଟ ସୁନୈନା ପିଙ୍ଗଲେଙ୍କ ନିକଟରେ ହାଜର କରାଯାଇଥିଲା।

ବୁଧବାର ବିଳମ୍ବିତ ରାତିରେ ଏକ ଆଦେଶ ପାସ୍ କରି ମାଜିଷ୍ଟ୍ରେଟ୍ ଏହି ତିନିଜଣଙ୍କୁ ପୋଲିସ୍ ହେପାଜତକୁ ପଠାଇବାକୁ ମନା କରିଦେଇଥିଲେ ଏବଂ ନଭେମ୍ବର 18 ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ପଚରାଉଚରା ପାଇଁ ଗୋସ୍ବାମୀଙ୍କୁ 14 ଦିନ କଷ୍ଟଡି ମାଗିଥିଲା ଆଲିବାଗ ପୋଲିସ। ଗୋସ୍ବାମୀଙ୍କୁ ବର୍ତ୍ତମାନ ଏକ ସ୍ଥାନୀୟ ବିଦ୍ୟାଳୟରେ ରଖାଯାଇଛି, ଯାହାକୁ ଅଲିବାଗ ଜେଲ କୋଭିଡ-19 କେନ୍ଦ୍ର ଭାବରେ ବ୍ୟବହାର କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.