ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 9ହଜାର 9ଶହ 96 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 86 ହଜାର 5ଶହ 79ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 8102ରେ ପହଞ୍ଚିଛି । ମୋଟ 1ଲକ୍ଷ 41ହଜାର 29 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 37ହଜାର 4ଶହ 48 ରହିଛି । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 46086 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5439, ଦିଲ୍ଲୀରେ 19581, ତାମିଲନାଡୁରେ 17182, ରାଜସ୍ଥାନରେ 2772, ମଧ୍ୟପ୍ରଦେଶରେ 2730, ଉତ୍ତରପ୍ରଦେଶରେ 4418, ଆନ୍ଧ୍ରପ୍ରଦେଶରେ 2292, ତେଲେଙ୍ଗାନା 2138, କର୍ଣ୍ଣାଟକରେ 3110, କେରଳରେ 1238 ଓ ଓଡିଶାରେ 959 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3438 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1347, ମଧ୍ୟପ୍ରଦେଶରେ 427, ଦିଲ୍ଲୀରେ 984, ଆନ୍ଧ୍ରପ୍ରଦେଶରେ 78, ତାମିଲନାଡୁରେ 326, କର୍ଣ୍ଣାଟକରେ 69 ଓ ତେଲେଙ୍ଗାନାରେ 156 ଜଣଙ୍କ ମୃତ୍ୟୁ ହୋଇଛି ।