ନୂଆଦିଲ୍ଲୀ: ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା 5 ହଜାର ଟପିଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା 5 ହଜାର 1ଶହ 71ରେ ପହଞ୍ଚିଛି । ଏହା ସହ ସକ୍ରିୟ ମାମଲା ସଂଖ୍ୟା 89995 ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ମହାରାଷ୍ଟ୍ରରେ ସର୍ବାଧିକ 34890 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 6106, ଦିଲ୍ଲୀରେ 10058, ତାମିଲନାଡୁରେ 9024, ରାଜସ୍ଥାନରେ 2685, ମଧ୍ୟପ୍ରଦେଶରେ 3104, ଉତ୍ତରପ୍ରଦେଶରେ 2834 , ଆନ୍ଧ୍ରପ୍ରଦେଶରେ 1220, ତେଲେଙ୍ଗାନା 1010, କର୍ଣ୍ଣାଟକରେ 1877, କେରଳରେ 624 ଓ ଓଡିଶାରେ 762 ରହିଛି ।
ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 2197 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1007, ମଧ୍ୟପ୍ରଦେଶରେ 343, ଦିଲ୍ଲୀରେ 416, ଆନ୍ଧ୍ରପ୍ରଦେଶରେ 60, ତାମିଲନାଡୁରେ 160, କର୍ଣ୍ଣାଟକରେ 48 ଓ ତେଲେଙ୍ଗାନାରେ 77 ଜଣଙ୍କ ମୃତ୍ୟୁ ହୋଇଛି ।