ETV Bharat / bharat

ସଙ୍କଟରେ ମହାମେଣ୍ଟ, ବିହାରରେ ଏକାକୀ ଲଢିବ କଂଗ୍ରେସ ! - Bihar

ବିହାରରେ ମହାମେଣ୍ଟ କରି ନିର୍ବାଚନ ଲଢିବା ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲା କଂଗ୍ରେସ । କିନ୍ତୁ ଲଢେଇ ପୂର୍ବରୁ ଫେଲ୍ ମାରିପାରେ ମହାମେଣ୍ଟ । ବିହାର ମହାମେଣ୍ଟରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ବିବାଦ ବଢି ଚାଲିଛି । କଂଗ୍ରେସ ମହାମେଣ୍ଟରୁ ଅଲଗା ହୋଇ ରାଜ୍ୟର ୪୦ ଲୋକସଭା ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇବା ନେଇ ସମ୍ୟକ ସୂଚନା ମିଳିଛି ।

ଫାଇଲ ଫଟୋ
author img

By

Published : Mar 28, 2019, 7:51 PM IST

ପାଟନା: ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ଥିତକୁ ସୁଦୃଢ କରିବାରେ ଲାଗିଛନ୍ତି । ବିଜେପି ଓ କଂଗ୍ରେସ ପରି ରାଷ୍ଟ୍ରୀୟ ଦଳ ଆଞ୍ଚଳିକ ଦଳ ସହ ମେଣ୍ଟ କରି ୨୦୧୯ରଣକ୍ଷେତ୍ରରେବିଜୟ ପାଇଁ ଯୋଜନା କରୁଛନ୍ତି । ଏହି କ୍ରମରେ ବିହାରରେ ମଧ୍ୟ ବିଜେପି ଆଞ୍ଚଳିକ ଦଳ ଜେଡିୟୁ ଓ ଏଲଜେପି ସହ ମେଣ୍ଟ କରି ନିର୍ବାଚନ ଲଢୁଛି ।

ଅନ୍ୟପକ୍ଷେ କଂଗ୍ରେସ ଆରଜେଡି, ଆରଏଲଏସପି, ହାମ (ହିନ୍ଦୁସ୍ତାନ ଆବାମ ପାର୍ଟି) ଓ ଅନ୍ୟ କେତେକ ଦଳ ସହ ମହାମେଣ୍ଟ କରି ନିର୍ବାଚନ ଲଢିବାର ଯୋଜନା କରୁଛି । କିନ୍ତୁ ଏହା ମଧ୍ୟରେ ଖବର ଆସୁଛି ବିହାର ମହାମେଣ୍ଟରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ବିବାଦ ବଢି ଚାଲିଛି । କଂଗ୍ରେସ ମହାମେଣ୍ଟରୁ ଅଲଗା ହୋଇ ରାଜ୍ୟର ୪୦ ଲୋକସଭା ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇ ପାରେ ।

ବିଗତ ଦିନରେ ମହାମେଣ୍ଟ ମଧ୍ୟରେ ଆସନ ବୁଝାମଣା ହୋଇଯାଇଥିଲା । କଂଗ୍ରେସ 9, ଆରଜେଡି ୨୦, କୁଶୱାହାଙ୍କ ଦଳ ଆରଏଲଏସପିକୁ ୫, ଜିତେନରାମ ମାଝୀଙ୍କ ଦଳ ହାମକୁ ୩ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିଥିଲା । ସେହି ଅନୁସାରେ କଂଗ୍ରେସ ନିର୍ବାଚନ ପ୍ରଥମ ଓ ଦ୍ବିତୀୟ ଚରଣ ପାଇଁ ୩ଟି ଆସନରେ ନିଜ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା ସାରିଛି ।

କଂଗ୍ରେସକୁ ପୂର୍ଣ୍ଣିଆ, କଟିହାରୀ, କିଶନଗଞ୍ଜ, ସୁପୌଲ, ସାସାରାମ, ସମସ୍ତୀପୁର, ମୁଙ୍ଗେର, ପାଟନା ସାହେବ ଓ ବାଲ୍ମୀକୀ ନଗର ଲୋକସଭା ଆସନ ମିଳିଛି । କିନ୍ତୁ ଦଳ ଦରଭଙ୍ଗା ଓ ମଧୁବନୀ ଲୋକସଭା ଆସନପାଇଁ ମଧ୍ୟ ଦାବି କରୁଛି । କାରଣ ଏହା ବାହ୍ମଣ ବହୁଳ ଅଞ୍ଚଳ ଓକଂଗ୍ରେସର ପରମ୍ପରାଗତ ଭୋଟ ବ୍ୟାଙ୍କ ରହିଛି । କଂଗ୍ରେସ ଦରଭଙ୍ଗାରୁ ବର୍ତ୍ତମାନର ସାଂସଦ କୀର୍ତ୍ତି ଆଜାଦକୁ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି । ଅନ୍ୟପକ୍ଷେ ଆରଜେଡି ନେତା ତେଜସ୍ବୀ ଯାଦବ ଏହା ସପକ୍ଷରେ ନାହାନ୍ତି । ତେଣୁ ଦିନକୁ ଦିନ ଦୁଇ ଦଳ ମଧ୍ୟରେ ବିବାଦ ବଢି ବଢି ଚାଲିଛି ।

Intro:Body:

fighting between two  bureaucrat in bbsr ls ahead of 2019  ls poll. 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.