ରାୟପୁର: ବେଡରେ ରୋଗୀ। ଚାଲିଛି ଅସ୍ତ୍ରୋପଚାର। ଅପରେସନ କକ୍ଷରେ ଅଛନ୍ତି ଡାକ୍ତରଖାନା । ପିନ୍ଧିଛନ୍ତି ମହାକାଶଚାରୀଙ୍କ ପୋଷାକ। ଲାଗୁଛି ଯେପରି ମହାକାଶରେ ଚାଲିଛି ଅସ୍ତ୍ରୋପଚାର। ହେଲେ ପ୍ରକୃତରେ ଏହା ସତ ନୁହେଁ। ଏହି ଦୃଶ୍ୟ କେବଳ ଏକ ଡାକ୍ତରଖାନାର ଯେଉଁଠି ମହାକାଶ ଭଳି ରୁମକୁ ସଜାଯାଇଛି।
ଏହା ହେଉଛି ଛତିଶଗଡ ରାୟପୁରରେ ଥିବା ଏକ ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷ । ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଡାକ୍ତରଖାନାର ଅସ୍ତ୍ରୋପଚାର କକ୍ଷକୁ ଆମେରିକାର ମହାକାଶ ସଂସ୍ଥା ନାସା ଭଳି ସଜାଯାଇଛି। ଏହାସହ ଏଠାରେ ଡାକ୍ତର ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର କରୁଛନ୍ତି।
ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ଦେଶବ୍ୟାପୀ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା କୌଣସି ଭ୍ରମଣ ସ୍ଥାନ ଲାଗି କିମ୍ବା ଲୋକଙ୍କୁ ଆକର୍ଷଣ କରିବାକୁ ନୁହେଁ। ଏପରିକି ଏହା ନାସା ସମ୍ପର୍କରେ ସଚେତନ ସୃଷ୍ଟି କରିବା ପାଇଁ ମଧ୍ୟ ତିଆରି ହୋଇନାହିଁ।
ପ୍ରକୃତର ଏପରି କରିବା ପଛରେ ଏକ ବଡ କାରଣ ରହିଛି । ଅସ୍ତ୍ରୋପଚାର ବେଳେ ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ରୋଗୀ ଯେପରି ସଂକ୍ରମଣର ଶିକାର ନହେବେ ସେଥିପାଇଁ ଡାକ୍ତର ଅନ୍ତରୀକ୍ଷ ପୋଷାକ ପିନ୍ଧୁଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବାନୁସାରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସମୟରେ ସଂକ୍ରମଣର ଅଧିକ ଆଶଙ୍କା ଥାଏ।
ଏପରିକି ଅସ୍ତ୍ରୋପଚାର କରୁଥିବା ଡାକ୍ତରଙ୍କ ସହ ଅସ୍ତ୍ରୋପଚାର କକ୍ଷରେ ମଧ୍ୟ ବ୍ୟାକ୍ଟେରିଆ ରହିଥାଏ। ପୋଷାକ ଦ୍ବାରା ଦେହରେ ପ୍ରବେଶ କରିବାର ଏହା ସମ୍ଭାବନା ରହିଥାଏ ।
ଏହାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ଅସ୍ତ୍ରୋପଚାର କକ୍ଷକୁ ନାସା ଭଳି ତିଆରି କରାଯିବା ସହ ଡାକ୍ତରୀ ଟିମ ମଧ୍ୟ ଅନ୍ତରୀକ୍ଷ ପୋଷାକ ପିନ୍ଧି ଅସ୍ତ୍ରୋପଚାର କରିଥାନ୍ତି। ସବୁ ଅସ୍ତ୍ରୋପଚାର ପାଇଁ ପୃଥକ ପୃଥକ ଅନ୍ତରୀକ୍ଷ ପୋଷାକ ଦରକାର ହୋଇଥାଏ। ଏହାସହ ମୁଣ୍ଡରେ ଡାକ୍ତର ପିନ୍ଧୁଥିବା ସାମଗ୍ରୀର ଗ୍ଲାସକୁ ପ୍ରତି ଅସ୍ତ୍ରୋପଚାର ପରେ ବଦଳା ଯାଇଥାଏ।
ଯଦିଓ ଅନ୍ତରୀକ୍ଷ ପୋଷାକ ବାଦ ଅନ୍ୟ ପ୍ରକାରର ସୁରକ୍ଷିତ ପୋଷାକ ମଧ୍ୟ ଆପଣା ଯାଇପାରନ୍ତା, ହେଲେ ରୋଗୀଙ୍କୁ ଆକର୍ଷିତ କରିବାକୁ ଏପରି ପଦକ୍ଷେପ ନିଆଯାଇଛି।ଏହି ଅନ୍ତରୀକ୍ଷ ପୋଷାକକୁ ଆମେରିକାର ଏକ କମ୍ପାନୀ ତିଆରି କରିଥାଏ । ଯେଉଁଥିପାଇଁ ଏହାକୁ ନାସା ଭଳି ସଜାଯାଇଛି। ପୋଷାକ ପିଛା ଡାକ୍ତରଖାନାର ୫ରୁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ ବୋଲି ଜଣାପଡିଛି।