ମୁମ୍ବାଇ: ଦୁଷ୍କର୍ମକାରୀକୁ ନେଇ କଠୋର ହେଲେ କେନ୍ଦ୍ର ସରକାର । ବାରମ୍ବାର ଦୁଷ୍କର୍ମ ଭଳି ଅପରାଧ ଘଟାଉଥିବା ବ୍ୟକ୍ତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ରାୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମର୍ଥନ କରାଯାଇଛି । ବୁଧବାର ଉଚ୍ଚ ନ୍ୟାୟଳୟରେ ଶକ୍ତି ମିଲ ଗଣଦୁଷ୍କର୍ମ ମାମଲାରେ 3 ଦୋଷୀଙ୍କ ଯାଚିକାରେ ଶୁଣାଣି ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି କୁହାଯାଇଛି ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁମ୍ବାଇ ଉଚ୍ଚ ନ୍ୟାୟଳୟକୁ କୁହାଯାଇଛି ଯେ, 2013ରେ ଦୁଷ୍କର୍ମ ସମ୍ବନ୍ଧରେ ଆଇନ ନିୟମାବଳୀରେ ଯେଉଁ ପରିବର୍ତ୍ତନ କରାଯାଇଛି । ଏହାର ଉର୍ଦ୍ଦେଶ୍ୟ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ଉପରେ ରୋକ ଲଗାଇବା ।
ଏହି ଯାଚିକାରେ ଦୋଷୀଙ୍କୁ ଫାଶି ଦଣ୍ଡାଦେଶକୁ ବିରୋଧ କରାଯାଇଛି । ଏହି ତିନି ଦୋଷୀଙ୍କୁ ଟ୍ରାୟଲ କୋର୍ଟ ଦ୍ବାରା 2014ରେ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶକୁ ସମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରାଯାଇଛି । କେନ୍ଦ୍ର ସରକାରଙ୍କ ତରଫରୁ ପକ୍ଷ ରଖୁଥିବା ଅତିରିକ୍ତ ସିଲିସିଟର ଜେନେରାଲ ଅନିଲ ସିଂହ କୋର୍ଟକୁ କହିଛନ୍ତି ଯେ,ଦୁଷ୍କର୍ମ ଆଇନର ଆଇପିସି ଧାରା 376 ଅନୁସାରେ, ଯେଉଁ ସଂଶୋଧନ କରାଯାଇଛି, ତାହାକୁ ଅନେକ ବିଚାର ବିମର୍ଶ କରାଯିବା ପରେ ନିଷ୍ପତ୍ତି ନିଆଯାଇଛି ।