ନୂଆଦିଲ୍ଲୀ: 2019 ସାଧାରଣ ନିର୍ବାଚନରେ ବିଜେପିର ବିପୁଳ ବିଜୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବାଧୀନ ବିଜେପି ନିର୍ବାଚନରେ ଜବରଦସ୍ତ ପ୍ରଦର୍ଶନ କରିବା ସହ ମ୍ୟାଜିକ ନମ୍ବର ଅତିକ୍ରମ କରିଛି । ତେବେ ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ ବସିବା ନେଇ ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ତେତୃତ୍ବରେ ଶେଷ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ ଏବଂ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି 16ତମ ଲୋକସଭା କାର୍ଯ୍ୟକାଳ ଭଙ୍ଗ କରିବା ନେଇ ପ୍ରସ୍ତାବ ଆଗତ କରିପାରନ୍ତି । ପରେ କ୍ୟାବିନେଟ ଆଗତ ପ୍ରସ୍ତାବକୁ ମଞ୍ଜୁର ଦେଲେ ତାହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ ।