ETV Bharat / bharat

ବିବାହରେ ପଶିଲା କୋରୋନା, ବର-କନ୍ୟା ସମେତ 6 ପଜିଟିଭ

author img

By

Published : Jul 6, 2020, 3:27 PM IST

କର୍ଣ୍ଣାଲର ଏକ ପଞ୍ଚ ତାରକା ହୋଟେଲରେ ବିବାହ ଉତ୍ସବରେ 100 ରୁ ଅଧିକ ଲୋକ ଯୋଗ ଦେଇଥିବା ବେଳେ ବର୍ତ୍ତମାନ ବର-କନ୍ୟା ଦୁଇଜଣ ସହ ପରିବାରର 6 ଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବର-ବଧୂ ସମେତ ପରିବାରର 6 କୋରୋନା ପଜିଟିଭ୍, ବିବାହରେ ଥିଲେ 100 ରୁ ଉର୍ଦ୍ଧ୍ବ

ରାୟପୁର:ଦେଶରେ କାୟା ମେଲୁଛି କୋରୋନା । ଏହା ସତ୍ତ୍ବେ ଲୋକେ କ୍ରମାଗତ ଭାବରେ କୋରୋନା ସଂକ୍ରମଣକୁ ଆମନ୍ତ୍ରଣ କରୁଛନ୍ତି । ରବିବାର ଦିନ କର୍ଣ୍ଣାଲରେ କୋରୋନା ସଂକ୍ରମଣର 15ଟି ନୂଆ ମାମଲା ରିପୋର୍ଟ ହୋଇଥିଲା। ବାସ୍ତବରେ, ଜୁନ୍ 29ରେ କର୍ଣ୍ଣାଲର ଏକ ପଞ୍ଚ ତାରକା ହୋଟେଲରେ ବିବାହ ଉତ୍ସବରେ 100 ରୁ ଅଧିକ ଲୋକ ଯୋଗ ଦେଇଥିଲେ । ବର୍ତ୍ତମାନ ବର-କନ୍ୟା ଦୁଇଜଣ କୋରୋନା ପଜିଟିଭ୍ ହୋଇଥିବା ବେଳେ ପରିବାରର 6 ଜଣ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

ଏହି ସମୟରେ, କିଛି ସମ୍ପର୍କୀୟଙ୍କ କୋରୋନା ପରୀକ୍ଷା ଚାଲିଛି । ବର୍ତ୍ତମାନ ବିବାହ ସିଜିନ୍ ଚାଲିଥିବାରୁ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଏହି ବିବାହ ଉତ୍ସବରେ ଯୋଗଦେଉଥିବା ଏବଂ ସେମାନଙ୍କ ସହ ଯୋଗାଯୋଗ କରୁଥିବା ବ୍ୟକ୍ତି ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି ।

କର୍ଣ୍ଣାଲରେ ମୋଟ 405 କୋରୋନା ମାମଲା ରହିଛି। ସେଥିମଧ୍ୟରୁ 151ଟି ସକ୍ରିୟ ମାମଲା ଅଟେ । ଏଥିସହ 246 ସୁସ୍ଥ ଥିବାବେଳେ 8 ଜଣଙ୍କର ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.