ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ତାରିଖ ଘୋଷଣା ସହ ନିର୍ବାଚନୀ ପ୍ରଚାର ମୈଦାନରେ ଓହ୍ଲାଇଛନ୍ତି ସମସ୍ତ ରାଜନୈତିକ ଦଳ । ରାଜନେତାମାନେ ସାରା ଦେଶରେ ନିର୍ବାଚନ ପ୍ରଚାର ସହ ନିଜ ନିଜ ଦଳ ପାଇଁ ମାଗୁଛନ୍ତି ଭୋଟ । ଏହି କ୍ରମରେ ଗାନ୍ଧୀ ପରିବାର ମଧ୍ୟ ନିର୍ବାଚନୀ ପ୍ରଚାରରେ ଲାଗିଛି । ଗାନ୍ଧୀ ପରିବାରର ଦୁଇ ସଦସ୍ୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପି ସମେତ ସମଗ୍ର ରାଜ୍ଯରୁ ମୋଦିଙ୍କୁ ଦେଉଛନ୍ତି କଡା ଚ୍ୟାଲେଞ୍ଜ।
ଅନ୍ୟପକ୍ଷେ ରାହୁଲ ଓ ପ୍ରିୟଙ୍କାଙ୍କୁ କାଉଣ୍ଟର କରିବା ପାଇଁ ଗାନ୍ଧୀ ପରିବାର ଅନ୍ୟ ସଦସ୍ୟ ମେନକା ଗାନ୍ଧୀ ଓ ତାଙ୍କ ପୁଅ ବରୁଣ ଗାନ୍ଧୀଙ୍କୁ ମୈଦାନରେ ଓହ୍ଲାଇବାର ଯୋଜନା କରୁଛି ବିଜେପି । କଂଗ୍ରେସର ଗଡ ତଥା ରାହୁଲଙ୍କ ସଂସଦୀୟ କ୍ଷେତ୍ର ଆମେଠୀରେ ନିର୍ବାଚନ ପ୍ରଚାର କରିବେ ମେନକା। ଆମେଠୀକୁ ଲାଗି ସୁଲତାନପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢୁଛନ୍ତି। ସେ ନିଜ ଆସନ ପାଇଁ ପ୍ରଚାର କରିବା ସହ ନିଜ ପୁତୁରାଙ୍କ ବିରୋଧରେ ପ୍ରଚାର କିରବେ ବୋଲି ଜଣାପଡିଛି ।
ଏନେଇ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ କହିଛନ୍ତି ଯେ, ଯଦି 'ଦଳ ମୋତେ ନିର୍ବାଚନ ପ୍ରଚାର କରିବା ପାଇଁ ଆମେଠୀ ପଠାଇବ ତେବେ ମୁଁ ଏହା ପାଇଁ ପ୍ରସ୍ତୁତ ଅଛି'। ରାଜନୈତିଜ୍ଞଙ୍କ ମତରେ ବିଜେପି ମେନକାଙ୍କୁ ସୁଲତାନପୁରରୁ ଟିକେଟ ଦେଇ ସୋନିଆ ଗାନ୍ଧୀଙ୍କ ରାୟବରେଲୀ ଲୋକସଭା ଆସନ ଓ ରାହୁଲଙ୍କ ଆମେଠୀ ଲୋକସଭା ଆସନ ଉପରେ ଦଳ ପ୍ରଭାବ ବଢାଇବାକୁ ଚାହୁଁଛି ।