ETV Bharat / bharat

‘ଘାଟିରେ ଶାନ୍ତି ପାଇଁ 3 ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦୀରେ ରହିବା ଆବଶ୍ୟକ’ - Kashmir remains peaceful

ଯଦି ଘାଟିରେ  ଶାନ୍ତି ବଳବତ୍ତର ରହିବାରେ ସହାୟତା ମିଳୁଛି ତେବେ ଜମ୍ମୁ-କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦରେ ରହିବା ଆବଶ୍ୟକ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ଏହି ବୟାନ ଦେଇଛନ୍ତି । ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Nov 15, 2019, 10:51 PM IST

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ କାଶ୍ମୀରର ଅନେକ ନେତାଙ୍କୁ ନଜରବନ୍ଦୀରେ ରଖାଯାଇଛି । ନେତା ନଜରବନ୍ଦୀ ରହିବା ନେଇ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର ବଡ ବୟାନ ଦେଇଛନ୍ତି । ଯଦି ଘାଟିରେ ଶାନ୍ତି ବଳବତ୍ତର ରହିବାରେ ସହାୟତା ମିଳୁଛି ତେବେ ଜମ୍ମୁ-କାଶ୍ମୀରର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ନଜରବନ୍ଦରେ ରହିବା ଆବଶ୍ୟକ । ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳର ବର୍ତ୍ତମାନ ସ୍ଥିତି ସମ୍ପର୍କରେ କିଛି ଉଚ୍ଚପଦାଧିକାରୀଙ୍କ ସହ ଆଲୋଚନା ସମୟରେ ଏମିତି କଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Better to keep '3 persons' in detention
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର କହିଛନ୍ତି ଯେ, ଜମ୍ମୁ-କଶ୍ମୀରର ସ୍ଥିତି ଏବେ ସାମାନ୍ୟ । ଏବେ ସୁଶାସନ ଓ କ୍ଷେତ୍ରର ବିକାଶ, ଯୁବାଙ୍କ ଉପରେ ଧ୍ୟାନ କେନ୍ଦ୍ରୀତ କରିବା ପାଇଁ ପ୍ରୟାସ ପାଇଁ ଜମ୍ମୁ-କାଶ୍ମୀର ଉପରେ ନୂତନ ବିଚାରଧାରା ନିତାନ୍ତ ଜରୁରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ମେବବୁବା ମୁଫ୍‌ତି, ଫାରୁକ ଅବଦ୍ଦୁଲା ଓ ଉମର ଅବଦ୍ଦୁଲାଙ୍କ ଗୃହବନ୍ଦୀ ସର୍ଭରେ ସେ ଏହା କହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଦୁଇଦିବସୀୟ କ୍ଷେତ୍ରୀୟ ସମ୍ମିଳନୀର ଉଦ୍‌ଘାଟନ ପରେ ବରିଷ୍ଠ ପଦାଧିକାରୀଙ୍କୁ ସମ୍ବୋଧନ କରିଥିଲେ । କ୍ଷେତ୍ରୀୟ ସ୍ତରରେ ସମସ୍ତ ବାଧା ଦୂର କରିବା ପାଇଁ ଉତ୍ତମ ଶାସନ ବ୍ୟବସ୍ଥା ଲାଗୁ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ସମ୍ମିଳନୀରେ ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଉପସ୍ଥିତ ରହିଥିଲେ ।

21.04.2019
Radhakanta Mohanty,Kendrapada
Slug-Centeral Minister Road show
Anchor-ପ୍ରଚାର ପାଇଁ କେନ୍ଦ୍ରାପଡ଼ାରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ।ଆଜି ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ମାର୍ଶାଘାଇ ଥାନା ହଜାରୀ ପଡିଆ ଠାରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ଅବତରଣ କରି ମହାକଳାପଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ ଏକ ବିଶାଳ ରୋଡ଼ ଶୋ ରେ ଭାଗ ନେଇ ବିଜେପି ସାଂସଦ ପ୍ରାର୍ଥୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ମହାକଳାପଡା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନଙ୍କ ପାଇଁ ପ୍ରଚାର କରିଥିଲେ।କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀର ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପି ରୋଡସୋ ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ  । ଶ୍ରୀ ଗୋୟଲ ମହାକାଳପଡ଼ା ନିର୍ଵାଚନ ମଣ୍ଡଳୀରେ ଅନୁଷ୍ଠିତ ରୋଡ଼ଶୋ ରେ ଯୋଗଦେଇ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ବିଜୟ ପ୍ରଧାନ ଙ୍କ ପାଇଁ ପ୍ରଚାର କରିଥିଲେ । ତାଙ୍କ ସହିତ ସିନେ ତାରକା  ଶ୍ରୀତମ୍ ଦାସ ଏବଂ ବାବୁ ସାନ୍ ମଧ୍ଯ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ମାର୍ଶାଘାଇ ବ୍ଲକ ହଜାରି ଛକରୁ ଆରମ୍ଭ ହୋଇ  ମାର୍ଶାଘାଇ ବଜାର  ଅଙ୍ଗୁଳାଇ ବଜାର ଦେଇ ବିଜୟନଗର ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ସଂଖ୍ୟା ରେ ବିଜେପି ସମର୍ଥକ ଯୋଗଦେଇଥିଲେ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.