ହାଇଦ୍ରାବାଦ: କିଛି ନିର୍ଦ୍ଧିଷ୍ଟ ବ୍ୟାକ୍ଟେରିଆଙ୍କୁ ମାରିବା ପାଇଁ ଭାଇରସଙ୍କ ସହାୟତାରେ ଆଣ୍ଟି-ବ୍ୟାକ୍ଟେରିଆ ଜେଲ ପ୍ରସ୍ତୁତ କରାଯାଇଛି । ଏହା ଔଷଧିୟ ଗୁଣ ବୃଦ୍ଧି କରିବା ସହ ପରିବେଶ ସନ୍ତୁଳନ ମଧ୍ୟ ରକ୍ଷା କରିଥାଏ । ଏହି ଜେଲ ଗଛ ମଧ୍ୟରେ ଆର୍ଟିଫିସିଆଲ ସଂଯୋଗ ଓ ରୋପଣରେ ସହାୟକ ହୋଇଥାଏ । ମୁଖ୍ୟତଃ ମନୁଷ୍ୟ ଶରୀରରେ ସ୍ନାୟୁ ରୋପଣ ଓ ପରିବେଶକୁ ସଫାସୁତୁରା ରଖିବାରେ ସହଯୋଗ କରିବ ବୋଲି ମତ ରଖିଛନ୍ତି chemical engineer Zeinab Hosseini-Doust ।
ଲ୍ୟାବରେ ବ୍ୟାପୁଥିବା ରୋଗକୁ ରୋକିବା ପାଇଁ ଜେଲକୁ ପ୍ରସ୍ତୁତ କରାଗଲା । ବିଭିନ୍ନ ପ୍ରକାର ଭାଇରସକୁ ବଢାଇବା ସହ ଏକାଠି ପ୍ୟାକ କରାଗଲା । ଏହି ଅବସ୍ଥାକୁ ବ୍ୟାକ୍ଟେରିଆଲ ଫେଜ୍ କୁହାଗଲା । ପରେ ସେଚ୍ଛାକୃତ ଭାବେ Liquid crystal ଆକାରରେ ଏକାଠି ହେବାକୁ ଲାଗିଲେ । କେମିକାଲ୍ ବାଇଣ୍ଡରର ସହାୟତାରେ ଜେଲାଟିନ୍ ଭଳି ଏକ ପଦାର୍ଥରେ ପରିବର୍ତ୍ତନ ହୋଇଥାଆନ୍ତି । ହଳଦିଆ ରଙ୍ଗ ସହ ଏହା ଅମ୍ଲଜାନ ମଧ୍ୟ ସଂରକ୍ଷଣ କରିଥାଆନ୍ତି । ଏକ ମିଲିଲିଟର ଆଣ୍ଟି-ବ୍ୟାକ୍ଟେରିଆଲ ଜେଲରେ ପ୍ରାୟ 300 ଟ୍ରିଲିୟନ ବ୍ୟାକ୍ଟେରିଆଲ ଫେଜ୍ ଥାଏ । ଏଥିରେ ଭାଇରସଙ୍କ ସହ ବ୍ୟାକ୍ଟେରିଆ ମଧ୍ୟ ସାମିଲ ଅଛନ୍ତି ।
ବ୍ୟାକ୍ଟେରିଆଲ ଫେଜ୍ ଆମ ଶରୀରରେ ମଧ୍ୟ ଅଛନ୍ତି । କ୍ଷତିକାରକ ବ୍ୟାକ୍ଟେରିଆ ନାଶ ପାଇଁ ଫେଜ ହେଉଛି ପ୍ରାକୃତିକ ବିନାଶକ । ନୂଆ ଉପାୟରେ ବ୍ୟାକ୍ଟେରିଆଙ୍କୁ ମାରିବା ଜରୁରୀ ସେଥିପାଇଁ ଭାଇରସଙ୍କ ବ୍ୟବହାର କରାଗଲା । ବ୍ୟାକ୍ଟେରିଆଲ ଫେଜର DNAକୁ ସ୍ବତନ୍ତ୍ର ଉପାୟରେ ସଂଶୋଧିତ କରି ନିର୍ଦ୍ଧିଷ୍ଟ ଗ୍ରୁପକୁ ଟାର୍ଗେଟ କରାଯାଇଥାଏ ।ତେବେ ଶରୀରରେ କୌଣସି କ୍ଷତି ହେଲେ ଏହି ଜେଲ ପ୍ରୟୋଗ ଦ୍ବାରା ଖୁବ ଶୀଘ୍ର କ୍ଷତରୁ ଆରାମ ପାଇପାରିବେ । ତେବେ ଭାଇରସ ଜେଲକୁ କଠିନ ଆକାରରେ ପରିବର୍ତ୍ତନ କରି ରୋଗ ପ୍ରତିରୋଧକ ପାଇଁ ପ୍ରସ୍ତୁତ କରିବା ଗବେଷକଙ୍କ ପାଇଁ ସଫଳ ପରୀକ୍ଷଣ ।