ନୂଆଦିଲ୍ଲୀ: ‘ଆତ୍ମନିର୍ଭରତା’ ବର୍ଷର ଶ୍ରେଷ୍ଠ ଶବ୍ଦ । ଅକ୍ସୋଫୋର୍ଡ ଶବ୍ଦ କୋଷ ସଂସ୍ଥା ପକ୍ଷରୁ 2020 ବର୍ଷ ପାଇଁ "ଆତ୍ମନିର୍ଭରତା"କୁ ୱାର୍ଡ ଅଫ ଦ ଇୟର (word of the year) ଘୋଷଣା କରାଯାଇଛି ।
ଆଜି (ମଙ୍ଗଳବାର) ଅକ୍ସୋଫୋର୍ଡ ଏହାକୁ ନେଇ ବିଦ୍ଧିବଦ୍ଧ ଭାବରେ ସୂଚନା ଦେଇଛି । ଅକ୍ସୋଫୋର୍ଡ ଶବ୍ଦ କୋଷ ଏହି ଶବ୍ଦ ସ୍ବାବଲମ୍ବୀ ହେବାର ଏକ ପ୍ରତୀକ । ଏହାସହ ଅଭିବ୍ୟକ୍ତି କିମ୍ବା ବିଚାରଧାରାକୁ ଏହା ଦର୍ଶାଉଛି । ଏହାଦ୍ବାରା ଅଧିକାଂଶ ଭାରତୀୟ ପ୍ରେରଣା ପାଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଆହ୍ବାନକୁ ବ୍ୟାପକ ସମର୍ଥନ ମିଳିବାରେ ଲାଗିଛି । ଅକ୍ସୋଫୋର୍ଡ ହିନ୍ଦୀ ଶବ୍ଦକୋଷରେ ଥିବା ଆତ୍ମନିର୍ଭରତା ଲୋକଙ୍କ ବିଚାରଧାରାକୁ ବଦଳାଇଛି । କୋରୋନା କାଳରେ ଏହି ସମୟରେ ଏହି ଶବ୍ଦର ଉତ୍ପତି ହୋଇଥିଲା । କୋରୋନା ମହାମାରୀ ଯୋଗୁଁ ଅନେକ ଲୋକ ନିଜର ଚାକିରୀ ହରାଇ ବସିଥିଲେ । ଲକଡାଉନ ଯୋଗୁଁ ଲୋକେ ଘରେ ବସି ରହିଥିଲେ । ଅନେକଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିଲା । ସେହି ସମୟରେ ଆତ୍ମନିର୍ଭର ଭାରତର ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ମହାମାରୀ ଆରମ୍ଭର କେନ୍ଦ୍ର ସରକାରଙ୍କ ପକ୍ଷରୁ ସହୟତା ପ୍ୟାକେଜ ଘୋଷଣା ହେଉଥିଲା । ତେବେ ପରବର୍ତ୍ତୀ ସମୟରେ ଗୋଟିଏ ରାଷ୍ଟ୍ର, ଗୋଟିଏ ଅର୍ଥ ବ୍ୟବସ୍ଥା ଓ ଗୋଟିଏ ସମାଜ ଗଠନ କରିବାକୁ ଆତ୍ମନିର୍ଭର ହେବାକୁ ପ୍ରେରିତ କରିଥିଲେ । ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ଥିଲା ନିଜକୁ ଦକ୍ଷ କରିବା । ଯାହା ଫଳରେ କାହା ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ।
ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ସମ୍ବୋଧନ ପରେ ଆତ୍ମନିର୍ଭରତା ଶବ୍ଦର ପ୍ରଚାର ପ୍ରସାର ହୋଇଥିଲା । ବିଭିନ୍ନ ସମୟରେ ଏହାଦ୍ବାରା ପ୍ରେରିତ ଲୋକ ଲାଭବାନ ହୋଇ ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ସାକ୍ଷାତ କରିଥିଲେ ।
@ians