ETV Bharat / bharat

ଦିଲ୍ଲୀରେ କେଜ୍ରିୱାଲଙ୍କ କ୍ରେଜ, ଲାଗିଲା 'ନାୟକ ବ୍ୟାକ ଏଗେନ'ର ବ୍ୟାନର

author img

By

Published : Feb 16, 2020, 9:45 AM IST

ଆଉ କିଛି ସମୟ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଶପଥ ସମାରୋହ ପୂର୍ବରୁ କେଜ୍ରିୱାଲଙ୍କ ପାଇଁ ନାୟକର ସ୍ବତନ୍ତ୍ର ପୋଷ୍ଟର ଏବଂ ବ୍ୟାନର ନେଇ ପହଞ୍ଚିଛନ୍ତି ଦିଲ୍ଲୀର ସାଧାରଣ ଜନତା ।

arvind-kejriwal-oath-ceremony
କେଜ୍ରିୱାଲ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ଆମ ଆଦମି ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ସେ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ଶାସନ ଗାଦିରେ ବସିବାକୁ ଯାଉଛନ୍ତି । ଏନେଇ ଉତ୍ସବ ମୁଖର ହୋଇଉଠିଛି ସମ୍ପୂର୍ଣ୍ଣ ରାଜଧାନୀ । କେଜ୍ରିୱାଲଙ୍କ ଶପଥ ସମାରୋହ ପାଇଁ ବେସ ଉତ୍ସାହିତ ଅଛନ୍ତି ଦିଲ୍ଲୀବାସୀ । ଶପଥ ସମାରୋହରେ କେଜ୍ରିୱାଲଙ୍କ ପାଇଁ ନାୟକର ସ୍ବତନ୍ତ୍ର ପୋଷ୍ଟର ଏବଂ ବ୍ୟାନର ନେଇ ପହଞ୍ଚିଛନ୍ତି ଦିଲ୍ଲୀର ସାଧାରଣ ଜନତା ।

ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ସକାଳ 10ଟା ବେଳେ କେଜ୍ରିୱାଲଙ୍କ ଶପଥ ଗ୍ରହଣ ସମାରୋହ ହେବାକୁ ଥିବା ବେଳେ ପ୍ରସ୍ତୁତି ଚୁଡାନ୍ତ ହୋଇସାରିଛି । ଶପଥ ସମାରୋହ ପୂର୍ବରୁ ମୈଦାନରେ କେଜ୍ରିୱାଲଙ୍କର ବିଭିନ୍ନ ପୋଷ୍ଟର ଦେଖିବାକୁ ମିଳିଛି । ସେଥିମଧ୍ୟରୁ ଗୋଟିଏ ଫିଲ୍ମ ଅଭିନେତା ଅନିଲ କାପୁରଙ୍କ ଫିଲ୍ମ ନାୟକର ବ୍ୟାନର ରହିଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବ୍ୟାନରରେ ଅନିଲ କାପୁରଙ୍କ ସହ କେଜ୍ରିୱାଲଙ୍କୁ ଦେଖିବାକୁ ମିଳିଥିବାବେଳେ ଏଥିରେ 'ନାୟକ-2 ଇଜ ବ୍ୟାକ ଏଗେନ' ବୋଲି ଲେଖାଯାଇଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚରେ ୭୦ରୁ ୬୨ଟି ଆସନରେ ବିପୁଳ ବିଜୟ ହାସଲ କରି ପୁଣିଥରେ ସରକାର ଗଢିବାରେ ସକ୍ଷମ ହୋଇଛି ଆମ ଆଦମି ପାର୍ଟି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.