ନୂଆଦିଲ୍ଲୀ: ଗଲୱାନ ସୀମାରେ ଭାରତୀୟ ଯବାନଙ୍କ ଉପରେ ଚୀନ ସେନାର ଆକ୍ରମଣ ବିରୋଧରେ ସମଗ୍ର ଦେଶରେ ପ୍ରଦର୍ଶନ କରାଯାଉଛି । ଚୀନର ଏପରି ହରକତ୍ କାରଣରୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କ କୁଶପୁତ୍ତଳିକାକୁ ଜଳା ଯାଉଛି ।
ଉତ୍ତରପ୍ରଦେଶର ବାରାଣାସୀ ଓ ଗୁଜୁରାଟର ଅନେକ ସହରରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଉଛି। ଏହା ସହିତ ଚୀନ ମୁର୍ଦାବାଦର ନାରା ମଧ୍ୟ ଶୁଣିବାକୁ ମିଳୁଛି । ଅନେକ ସ୍ଥାନରେ ଧୋକାଧାଡି ହୋଇଥିବା ଚାଇନିଜ୍ ପୋଷ୍ଟରକୁ ଜଳାଯାଉଛି । ସମଗ୍ର ଦେଶ ବର୍ତ୍ତମାନ ଚୀନକୁ ଏକ ଉଚିତ୍ ଶିକ୍ଷା ଦେବାକୁ ଦାବି କରାଯାଉଛି ।
ମଧ୍ୟପ୍ରଦେଶର ଭୋପାଳରେ ମଧ୍ୟ ଲୋକେ ଚୀନ ବିରୋଧରେ ମଧ୍ୟ ପ୍ରଦର୍ଶନ କରିଛନ୍ତି। ସଂସ୍କୃତି ବଚାଓ ମଞ୍ଚ ପକ୍ଷରୁ ଚୀନ ରାଷ୍ଟ୍ରପତିଙ୍କ ହୋଡିଂ, ଚୀନର ପତାକ ଓ ଚାଇନିଜ୍ ମୋବାଇଲକୁ ଜାଳି ଦେଇଛନ୍ତି। ଏହି ମଞ୍ଚର ଅଧ୍ୟକ୍ଷ ଚନ୍ଦ୍ରଶେଖର ତିୱାରୀ କହିଛନ୍ତି ଯେ ଚୀନ ଦୀର୍ଘ ଦିନ ଧରି ଭାରତର ସୀମା ଭିତରକୁ ପ୍ରବେଶ କରିବାକୁ ଯିବାକୁ ଚେଷ୍ଟା କରୁଛି ।
ମଧ୍ୟପ୍ରଦେଶ କଂଗ୍ରେସ ମଧ୍ୟ ଭାରତୀୟ ଯବାନଙ୍କ ଉପରେ ଚୀନ ସୈନ୍ୟଙ୍କ ଆକ୍ରମଣକୁ ବିରୋଧ କରିଥିଲା । ଇନ୍ଦୋରରେ କଂଗ୍ରେସ କର୍ମୀମାନେ ରାସ୍ତାରେ ଚୀନର ପତାକା ପୋଡି ଦେଇଛନ୍ତି। ପ୍ରକାଶଥାଉକି, ସୋମବାର ରାତିରେ ଗଲୱାନ ସୀମାରେ ଭାରତ-ଚୀନ ସୀମାରେ ସଂଘର୍ଷ ଫଳରେ ଭାରତରେ 20 ଯବାନ ଶହୀଦ ହୋଇଥିବା ଚୀନର 43 ଯବାନ ମୃତାହତ ହୋଇଛନ୍ତି ।