ଅମରାବତୀ: ନବନିର୍ବାଚିତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପ୍ରଥମ କ୍ୟାବିନେଟ ବୈଠକ ବସିଛି । ଏହି ବୈଠକରେ ମନ୍ତ୍ରିମଣ୍ଡଳର 25 ଜଣ ମନ୍ତ୍ରୀଙ୍କ ସହ 5 ଜଣ ଉପ-ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ଗତ ଶନିବାର ସେ ରାଜ୍ୟ ସଚିବାଳାୟରେ ସେ ନିଜ ମନ୍ତ୍ରିମଣ୍ଡଳର 25 ଜଣ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ କରିଥିଲେ ।
ପ୍ରକାଶ ଥାଉକି, 2019 ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଜଗମୋହନ ରେଡ୍ଡୀଙ୍କ ଦଳ ୱାଇଏସଆରସିପି 175ଟି ଆସନରୁ 151ଟି ଆସନ ଜିତି ପୂର୍ଣ୍ଣ ବହୁମତ ପ୍ରାପ୍ତ କରିଥିଲା ।