ଅମରାବତୀ: ମୁଖ୍ୟମନ୍ତ୍ରୀ ହେବାର ତତକ୍ଷଣାତ ଆକ୍ସନ ମୁଡରେ ଆସିଯାଇଥିଲେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି । ତେବେ ଦିନକୁ ଦିନ ଭିନ୍ନ ଭିନ୍ନ କାମ କରି ଏବେ ଖୁବ ଚର୍ଚ୍ଚାରେ ଏହି ମୁଖ୍ୟମନ୍ତ୍ରୀ । ପ୍ରତିଶ୍ରୁତି ପୂରଣ କରିବା ସହ ରାଜ୍ୟର ଉନ୍ନତି ପଥରେ ସମ୍ପୂର୍ଣ୍ଣ ଭାବେ ନିଜକୁ ଉତ୍ସର୍ଗ କରିଛନ୍ତି ଜଗନ ସରକାର ।
ତେବେ ରାଜ୍ୟର କିଭଳି ଉନ୍ନତି ହେବ ଓ ରାଜ୍ୟରେ କିଭଳି ବହୁଳ ପରିମାଣରେ ନିଯୁକ୍ତି ସୃଷ୍ଟି ହୋଇପାରିବ ସେନେଇ ସେ ଚେଷ୍ଟା ଜାରି ରଖିଛନ୍ତି । ଏନେଇ ପୁଞ୍ଜିନିବେଶ ନେଇ ଦେଶ ବିଦେଶର ବହୁ ବରିଷ୍ଠଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ରାଜ୍ୟରେ ଖଣି, ତୈଳ, ଲିଥିୟମ ବ୍ୟାଟେରୀର ଉତ୍ପାଦନ, ଶିକ୍ଷା ଓ ବିମାନ ଚଳାଚଳ ସମ୍ପର୍କରେ ଉନ୍ନତି ଆଣିବାକୁ ଦକ୍ଷିଣ ଅଷ୍ଟ୍ରେଲିଆର ଏକ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି।
ଏନେଇ ସେ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି । ଏହାରି ମଧ୍ୟରେ ରାଜ୍ୟରେ ପ୍ରଦୂଷଣ ଉପରେ ରୋକ ଲଗାଇବାକୁ ଇଲେକ୍ଟିକ ବସର ଚଳାଚଳ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ।