ETV Bharat / bharat

ପ୍ରତି 240ଗ୍ରାମ ସେଓରେ ଥାଏ 100 ମିଲିୟନ୍ ବ୍ୟାକ୍ଟେରିଆ - ବ୍ୟାକ୍ଟେରିଆ

ଫଳପ୍ରେମୀଙ୍କ ପ୍ରଥମ ପସନ୍ଦ ସେଓ । ବଜାରରେ ମିଳୁଥିବା ପ୍ରଚଳିତ ସେଓ ଅନେକ ରାସୟନିକ ସାର ଦେଇ ଉତ୍ପାଦନ କରାଯାଉଛି । ପୁଷ୍ଟିକର ସେଓ ମିଳିବା ମଧ୍ୟ କଷ୍ଟସାଧ୍ୟ । ତେବେ ସେ ଅରଗାନିକ ସେଓ ହେଉ କିମ୍ବା ବଜାର ପ୍ରଚଳିତ ସେଓ ସବୁଥିରେ ବ୍ୟାକ୍ଟେରିଆ ଦେଖିବାକୁ ମିଳେ । କେତେକ ବ୍ୟାକ୍ଟେରିଆ ଶରୀର ପାଇଁ କ୍ଷତିକାରକ ଥିବା ବେଳେ ଅନ୍ୟ କିଛି ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଅଧିକାଂଶ ବ୍ୟାକ୍ଟେରିଆ ସେଓର ମଞ୍ଜିରେ ମିଳିଥାଏ ।

ଡିଜାଇନ ଫଟୋ
author img

By

Published : Jul 28, 2019, 10:01 AM IST

ହାଇଦ୍ରାବାଦ: ଆମ ଭିତରୁ ଏପରି ଅନେକ ଅଛନ୍ତି ଯେଉଁମାନେ ଫଳ ଖାଇବାକୁ ବହୁତ ପସନ୍ଦ କରନ୍ତି । ଫାଇବର୍, ଫ୍ଲାଭନୋଏଡ ଓ ଫ୍ଲେଭର ଛଡା ଆମେ ଫଳ ଭିତରେ ଥିବା ଅନେକ ବ୍ୟାକ୍ଟେରିଆଙ୍କୁ ମଧ୍ୟ ଖାଇଥାଉ । ଫଳ ମଧ୍ୟରେ ଯେତିକି ଫାଇବର ଥାଏ ତାହାଠୁ 10 ଗୁଣା ଅଧିକ ବ୍ୟାକ୍ଟେରିଆ ଥାଏ । ତେବେ ଫଳରେ ବ୍ୟାକ୍ଟେରିଆର ମାତ୍ରା ଏହାର ଚାଷ ଉପରେ ନିର୍ଭର କରେ । ଫ୍ରଣ୍ଟଟାୟର୍ସରେ ଅଣୁବିଜ୍ଞାନ ବିଭାଗରେ ପ୍ରକାଶିତ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ଅରଗାନିକ ସେଓରେ ସନ୍ତୁଳିତ ତଥା ସକ୍ରିୟ ବ୍ୟାକ୍ଟେରିଆଙ୍କୁ ଦେଖିବାକୁ ମିଳିଥାଏ । ଯାହା ଶରୀର ଓ ପରିବେଶ ପାଇଁ ଭଲ ।

ଅଷ୍ଟ୍ରିଆର ଗ୍ରାଜ ୟୁନିଭର୍ସିଟିର ପ୍ରଫେସର ଗୈବ୍ରିଏଲ ବର୍ଗଙ୍କ କହିବାନୁସାରେ, ଆମ ଖାଦ୍ୟରେ ବ୍ୟାକ୍ଟେରିଆ, କବକ, ଭୁତାଣୁ ଆଶିଂକ ରୂପରେ ଭାଗ ନେଇଥାନ୍ତି । ଖାଦ୍ୟକୁ ଗରମ କରି ଖାଇଲେ କିମ୍ବା ରୋଷେଇ କରିବା ଦ୍ୱାରା ଅଧିକାଂଶ ମରିଯାଇଥାନ୍ତି । ତେଣୁ କଞ୍ଚା ପରିବା ତଥା ଫଳ, ରୋଗ ବାହନକାରୀ ଜୀବାଣୁଙ୍କ ପାଇଁ ଏକ ଉତ୍ସ ।

ବ୍ୟାକ୍ଟେରିଆର ଯାଞ୍ଚ କରିବା ପାଇଁ ବର୍ଗଙ୍କ ଏକ ଦଳ ସେଓକୁ ନେଇ ରିସର୍ଚ୍ଚ କରିଥିଲେ । ପ୍ରାୟ 83 ମିଲିୟନ ସେଓ 2018ରେ ଉତ୍ପାଦନ କରାଯାଇଛି । କିନ୍ତୁ ନିକଟରେ ହୋଇଥିବା ଅଧ୍ୟୟନରେ ସେଓ ମଧ୍ୟରେ ଅପେକ୍ଷାକୃତ କମ୍ ବ୍ୟାକ୍ଟେରିଆ ଦେଖିବାକୁ ମିଳିଛି । ଉଭୟ ଦୋକାନରେ ମିଳୁଥିବା ସେଓ ଓ ଗଛରୁ ତୋଳା ହେଉଥିବା ସେଓକୁ ନେଇ ବୈଜ୍ଞାନିକ ରିସର୍ଚ୍ଚ କଲେ । ଫଳର ଡାଳ, ଚୋପା,ଫାଇବର, ମଞ୍ଜି ସବୁକୁ ନେଇ ରିସର୍ଚ୍ଚ କରାଗଲା । ଏହାସହ ଫଳର ତଳ ଭାଗରେ ଥିବା ଫୁଲକୁ ନେଇ ମଧ୍ୟ ଯାଞ୍ଚ କରାଗଲା ।

କହିବାକୁ ଗଲେ ଅରଗାନିକ ସେଓ ହେଉ କିମ୍ବା ପ୍ରଚଳିତ ସେଓ ଉଭୟରେ ବ୍ୟାକ୍ଟେରିଆର ମାତ୍ରା ସମାନ ଦେଖିବାକୁ ମିଳିଥିଲା । ପ୍ରତ୍ୟେକଟି ସେଓର ଓଜନ ପାଖାପାଖି 240 ଗ୍ରାମ ଓ ପ୍ରତି ସେଓରେ ପ୍ରାୟ 100 ମିଲିୟନ ବ୍ୟାକ୍ଟେରିଆଙ୍କୁ ଦେଖିବାକୁ ମିଳେ । ବ୍ୟାକ୍ଟେରିଆର ମାତ୍ରା ଫାଇବର ଅପେକ୍ଷା ମଞ୍ଚିରେ ଥାଏ । ସାଧାରଣତଃ ଆମେ ସେଓ ଖାଇଲେ ମଞ୍ଜି ଭାଗକୁ ଫୋପାଡି ଦେଇଥାଉ ଫଳରେ 10 ମିଲିୟନ ବ୍ୟାକ୍ଟେରିଆ କମି ଯାଇଥାନ୍ତି ।

ତେବେ କଣ ଏହି ବ୍ୟାକ୍ଟେରିଆ ଆମ ଶରୀର ପାଇଁ ଲାଭଦାୟକ ?

ଯେତେବେଳେ ଏହା ସ୍ବାସ୍ଥ୍ୟ ଉପରକୁ କଥା ଆସେ ସେତେବେଳେ ଅରଗାନିକ ସେଓ ଶରୀର ପାଇଁ ଭଲ ବୋଲି ଆମ ସମସ୍ତଙ୍କୁ ଜଣା । କାରଣ ଅରଗାନିକ ସେଓରେ ଥିବା ବ୍ୟାକ୍ଟେରିଆ ଶରୀର ପାଇଁ ଲାଭଦାୟକ । ସେମାନେ ଶରୀର ମଧ୍ୟରେ ବଂଶବୃଦ୍ଧି କରି ନକାରତ୍ମକ ପାଥୋଜେନଙ୍କର ବିନାଶ କରିଥାଏ । ରୋଗ ପ୍ରତିରୋଧକ ଶକ୍ତିର ବୃଦ୍ଧି ଘଟିଥାଏ । ଅନ୍ୟପକ୍ଷେ ଇଶ୍ଚେରିଆ ଶିଗେଲା ନାମକ ଏକ ବ୍ୟାକ୍ଟେରିଆ ପ୍ରଚଳିତ ସେଓ ଅଥବା ସାର ଦିଆ ସେଓରେ ଦେଖିବାକୁ ମିଳିଥିଲା ଯାହା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରେ କିନ୍ତୁ ଅରଗାନିକ ସେଓରେ ଏହା ମିଳିନଥିଲା । ଅରଗାନିକ ସେଓରେ ଲାକ୍ଟୋବାସିଲି ନାମକ ଏକ ଉପକାରୀ ବ୍ୟାକ୍ଟେରିଆକୁ ଦେଖିବାକୁ ମିଳିଥିଲା ।

ମେଥାଇଲୋ ବ୍ୟାକ୍ଟେରିଆ, ଲିଚୁରେ ଜୈବ ସଂଶ୍ଲେଷଣକୁ ବୃଦ୍ଧି କରିଥାଏ । ତେବେ ଏହି ବ୍ୟାକ୍ଟେରିଆ ଅରଗାନିକ ସେଓରେ ମଧ୍ୟ ମିଳିଥିଲା । ତେବେ ଏହି ବିଶ୍ଲେଷଣ ଦ୍ବାରା ଜଣିବାକୁ ମିଳିଥିଲା ଯେ, ଫଳରେ ଉଭୟ ବ୍ୟାକ୍ଟେରିଆ ଓ କବକ ମିଳିଥାଏ । କିନ୍ତୁ ସେଓରେ କବକଙ୍କର ବିଭିନ୍ନ ପ୍ରକାର ଦେଖିବାକୁ ମିଳିଥାଏ । ଖାଦ୍ୟରେ ଅଣୁଜୀବ ଶରୀରକୁ ଭିଟାମିନ୍, ମାଇକ୍ରୋନ୍ୟୁଟ୍ରିଏଣ୍ଟ, ମିନେରାଲ୍ସ ଆଦି ଯୋଗାଇଥାଏ ମାତ୍ର ଏହାର ବଂଶ ବୃଦ୍ଧି ଆମ ଶରୀର ପାଇଁ କ୍ଷତିକାରକ । ଅନ୍ୟପକ୍ଷେ ବ୍ୟାକ୍ଟେରିଆ ଶରୀରରେ ବିଭିନ୍ନ ରୋଗର ମଧ୍ୟ ନିଦାନ କରିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.