ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁ ଅଫ୍ ଆୟୁର୍ବେଦ (ଏଆଇଆଇଏ) ନିଜର କୋଭିଡ ହେଲଥ୍ କେୟାର (ସିଏଚସି)ରେ କୋରୋନା ରୋଗୀଙ୍କୁ ମାଗଣା ପରୀକ୍ଷା ଏବଂ ଚିକିତ୍ସା ଯୋଗାଇବା ଆରମ୍ଭ କରିଛି । ଏନେଇ କେନ୍ଦ୍ର ଆୟୁଷ ମନ୍ତ୍ରୀ ଶ୍ରୀପଦ ୟଶୋ ନାଏକ ଘୋଷଣା କରିଛନ୍ତି ।
ଗତ ମଙ୍ଗଳବାର ଶ୍ରୀପଦ ୟଶୋ ନାଏକ ସିଏଚସି ଗସ୍ତ କରି କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର କରିଥିବା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀ ସମସ୍ତ ରୋଗୀଙ୍କୁ ମାଗଣାରେ ପରୀକ୍ଷା ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ନେଇ ଘୋଷଣା କରିଥିଲେ । ଏଥିସହ ସେ ସିଏଚସିରେ ଆଇସିୟୁ ଉଦଘାଟନ କରିଥିଲେ ।
ଦିଲ୍ଲୀ ସରକାରଙ୍କ ଦ୍ବାରା ଏଆଇଆଇଏକୁ କୋରୋନା ଟେଷ୍ଟିଙ୍ଗ ସେଣ୍ଟର ରୂପେ ମଧ୍ୟ ନାମିତ କରାଯାଇଛି । ଏଆଇଆଇଏରେ ଏକ କୋଭିଡ କଲ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଛି । ଯାହାଦ୍ବାରା ସାଧାରଣ ଲୋକ କୋରୋନା ସମ୍ବନ୍ଧୀୟ ସମସ୍ୟା ନେଇ ଟେଲିଫୋନ ଦ୍ବାରା ଏଠାକୁ କଲ କରିବେ ବୋଲି ଆୟୁଷ ମନ୍ତ୍ରଣାଳୟର ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ।