ETV Bharat / bharat

ଅଜବ ବିିବାହ, ବାପା ଇଚ୍ଛାକୁ ପୂରଣ କରି ପୁତୁଳା ସହ ଯୁବକଙ୍କ ବିବାହ

ପିତାର ଇଚ୍ଛାକୁ ସମ୍ମାନ ଜଣାଇ ପ୍ରତିମୂତ୍ତି ସହ ବିବାହ କରୁଛି ପୁଅ। ଏପରି ଘଟଣା ଦେଖିବାକୁ ମିଳିଛି ଆହ୍ଲାବାଦର ପ୍ରୟାଗରାଜରେ।

ଅଜବ ବିିବାହ, ବାପା ଇଚ୍ଛାକୁ ପୂରଣ କରି ପ୍ରତିମୂର୍ତ୍ତି ଯୁବକଙ୍କ ବିବାହ

author img

By

Published : Jun 19, 2020, 9:31 AM IST

ଆହ୍ଲାବାଦ୍: ସନ୍ତାନଙ୍କ ଜିଦକୁ ଯେପରି ପିତା ମାତା ପୂରଣ କରିଥାନ୍ତି, ସେମିତି ସନ୍ତାନ ସନ୍ତତି ପିତାମାତାଙ୍କ ଖୁସି ପାଇଁ ବହୁତ କିଛି ଜଳାଞ୍ଜଳି ଦେବାକୁ ଆଗେଇ ଆସନ୍ତି। ଯାହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ଆହ୍ଲାବାଦର ପ୍ରୟାଗରାଜର ଗୁରୁପୁରରେ।

ଅଜବ ବିିବାହ, ବାପା ଇଚ୍ଛାକୁ ପୂରଣ କରି ପ୍ରତିମୂର୍ତ୍ତି ଯୁବକଙ୍କ ବିବାହ
ଅଜବ ବିିବାହ, ବାପା ଇଚ୍ଛାକୁ ପୂରଣ କରି ପ୍ରତିମୂର୍ତ୍ତି ଯୁବକଙ୍କ ବିବାହ

ବାହାଘର ସମସ୍ତଙ୍କ ଜୀବନର ଏକ ଅଭୁଲା ଓ ସ୍ବତନ୍ତ୍ର ଦିନ। ହେଲେ ଏ କେମିତିକା ବାହାଘର। ବେଦୀ ବନ୍ଧା ସରିଛି, ବାଜା ବାଜୁଛି, ବାଣ ଫୁଟୁଛି ଓ ବର ପିତା ଉପସ୍ଥିତି ଅଛନ୍ତି, ବନ୍ଧୁ ବାନ୍ଧବ ସାହି ପଡିଶା ସମସ୍ତେ ରହିଛନ୍ତି। ହେଲେ ବରପାତ୍ର ପାଇଁ ଏଠି ସୁନାନାଖୀ କନିଆଁ ନାହିଁ।

ଆଗରୁ ଆପଣ ଅନେକ ବିବାହ ଦେଖିଥିବେ, ଝିଅ ପୁଅ ବାହାଘର, ଝିଅ ଝିଅ ବିବାହ, କୁକୁର ସହ ବିବାହ। ହେଲେ ଏହି ନିଆରା ବିବାହରେ କେହି ନାହାଁନ୍ତି। ଏକ ପୁତ୍ତଳିକା ସହ ବିବାହ କରୁଛି ବର। ଏହା ପୁଣି ସେ ନିଜର ପିତାଙ୍କ ଇଚ୍ଛା ରକ୍ଷା କରି କରିଛି।

"ମୋର 9 ପୁଅ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ 8 ଜଣ ବିବାହ କରିସାରିଛନ୍ତି। ମୋର ନବମ ପୁଅର କୌଣସି ସମ୍ପତ୍ତି ନାହିଁ ଏବଂ ସେ ବୁଦ୍ଧିମାନ ନୁହେଁ, ତେଣୁ ମୁଁ ତାଙ୍କୁ ଏକ ପୁତ୍ତଳିକା ସହ ତାର ବିବାହ କରାଇଛି''। ବୋଲି ବର ପିତା କହିଛନ୍ତି। ଏହି ବିବାହକୁ ନେଇ ପ୍ରୟାଗରାଜର ଗୁରୁପୁର ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୌଜନ୍ୟ: ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.